ଭୁବନେଶ୍ୱର : ଜେଏମଜେ ନ୍ୟୁଜ (ପ୍ରମୋଦ କୁମାର ମହାପାତ୍ର ): ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳ ରେ ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ପାଇଛି। ଯାହାକି ଅପରାଧ ର ପେଣ୍ଠସ୍ଥଳୀ ହେବାକୁ ଗଲାଣି। ଯାହା ସୂଚନା ରହିଛି ଧୁସୂମା, ଖୁନ୍ତୁଣୀ,ଶିଖରପୁର,ବରସାହି ଭଳି ସ୍ଥାନ ଗୁଡ଼ିକ ଅଧିକ ସମୟ ଅଶାନ୍ତି ରହୁଛି। ଶରଣକୂଳ ତୀର୍ଥଯାତ୍ରୀ ଙ୍କ ର ସୁରକ୍ଷା ନେଇ. ପ୍ରଶ୍ନ ଉଠିଛି।ବୁଢ଼ା ବୁଢ଼ୀଆଣି ବନ୍ଧ ଏବଂ ବୈଷ୍ଣଦେବୀ ମନ୍ଦିର ଭଳି ରହିଛି ଅତି ମନୋରମ ସ୍ଥାନ। ଏଠାରେ ମହିଳା ଅଧିକାରୀଣୀ ଅନିତା ସାହୁ ଜଣେ ବରିଷ୍ଠ ଥାନା ଅଧିକାରୀ ଯୋଗ ଦେବା ପରେ ଲୋକଙ୍କ ମନରେ ଆଶ୍ବସ୍ତି ପ୍ରକାଶ ପାଇଛି। ପୂର୍ବତନ ଥାନା ଅଧିକାରୀ ଙ୍କ ଦ୍ଵାରା ଭୟଭୀତ ହୋଇ ଥିବା ଜନତାଙ୍କୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ କରୁଛନ୍ତି ମହିଳା ଥାନା ଅଧିକାରୀ । ମାଦକ ଦ୍ରବ୍ୟ ଏବଂ ନିଶା କାରବାର କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଥାନା ଅଧିକାରୀ ପ୍ରତିବଦ୍ଧ ଅଛନ୍ତି। ଅଶାନ୍ତ ଥିବା ଅଂଚଳ ରେ ଶାନ୍ତି ଆଣି ବାରେ ଆଇଆଇସି ପ୍ରୟାସ ଜାରି ରଖି ଛନ୍ତି। ଆଇଆଇସି ଅନିତା ସାହୁ ଜଣେ ସାହସୀ ଏବଂ ସଚ୍ଚୋଟ ଅଧିକାରୀ ହୋଇ ଶିଶୁ,ମହିଳା,ବୃଦ୍ଧ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା କୁ ଶରଣକୁଳ ର ସମସ୍ତ ଜନତା ଦାବି କରିଛନ୍ତି।





