ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

Spread the love

ବୁଗୁଡ଼ା,୦୩/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ କରଚୁଲି ପଞ୍ଚାୟତର ଭାବସର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ ମାଡ଼ ମାରିବା ନେଇ ଏକ ଅଭାବନୀୟ ଅଭିଯୋଗ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀରେ ଅଧ୍ୟୟନରତ ଦୁଇ ଛାତ୍ର ମଙ୍ଗରାଜ ପ୍ରଧାନ ଓ ହିମାଂଶୁ ସେଠୀଙ୍କୁ ଜଣେ ଶିକ୍ଷକ ମାଡ଼ ମାରିବା ଫଳରେ ଛାତ୍ରମାନେ ଆହତ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଏକ୍ସକ୍ୟାଡର ଶିକ୍ଷକ ପାର୍ଥସାରଥୀ ପ୍ରଧାନ ଦୁଇ ଛାତ୍ରଙ୍କୁ ଅତ୍ୟଧିକ ମାଡ଼ ମାରିଥିଲେ। ଏଥିରେ ଜଣେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ପଛ ଭାଗରେ ନୋଳା ଫାଟିଯିବା ଭଳି ଅଭିଯୋଗ ମଧ୍ୟ ହୋଇଛି। ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗପତ୍ର ଦାଖଲ କରିଥିବା କହିଛନ୍ତି। ଏହି ଅଭିଯୋଗକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଶିକ୍ଷକଙ୍କୁ ତାଗିଦ କରିଥିବାବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଫିସ ଫାଇଲରେ ଅଭିଯୋଗପତ୍ର ନଥିବା କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅନ୍ୟପକ୍ଷରେ, ଏନେଇ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ସେ କହିଥିଲେ। ତେବେ ଅଭିଯୋଗ ମିଳିଲେ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଥିବା ଜଣାପଡ଼ିଛି।

  • jmjnewso

    Related Posts

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    Spread the love

    Spread the loveବରଗଡ଼ : ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ରେଶମ, ଅରେଇଗୁଡି, ଅଇଁଲାପାଲି ଓ ଲୁହାଖଣ୍ଡି ପଞ୍ଚାୟତକୁ ନେଇ ନୂଆଁଖାଇ ବନ୍ଧୁମିଳନ…

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    Spread the love

    Spread the love ଭୁବନେଶ୍ୱର : ଜେଏମଜେ ନ୍ୟୁଜ (ପ୍ରମୋଦ କୁମାର ମହାପାତ୍ର ): ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳ ରେ ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ପାଇଛି। ଯାହାକି ଅପରାଧ ର ପେଣ୍ଠସ୍ଥଳୀ…

    Leave a Reply

    Your email address will not be published. Required fields are marked *

    You Missed

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ

    ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ