ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

Spread the love

ବରଗଡ଼ : ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ରେଶମ, ଅରେଇଗୁଡି, ଅଇଁଲାପାଲି ଓ ଲୁହାଖଣ୍ଡି ପଞ୍ଚାୟତକୁ ନେଇ ନୂଆଁଖାଇ ବନ୍ଧୁମିଳନ – ୨୦୨୬ ସଂଗଠନ ସଭାପତି ବସନ୍ତ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପାୱାର ଅଫ ଦିବ୍ୟଙ୍ଗ ବରଗଡ଼ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବରେ ବରପାଲି ଫାର୍ମାସିଷ୍ଟ କଲେଜ ଚେୟାରମେନ ନରେନ୍ଦ୍ର କୁମାର ହୋତା,ସମ୍ମାନିତ ଅତିଥି ଭାବରେ ପଶ୍ଚିମା ନୀଉଜ କେନାଲ ମୁଖ୍ୟ ସମ୍ପାଦକ ହର୍ଷ ବେହେରା , ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ବେହେରା,କବି ରଞ୍ଜିତ ପଧlନ ,ପାୱାର ଅଫର ଉପ ସଭାପତି ଅଶୋକ ଅଗ୍ରୱାଲ ଓ କବି ଗୌର ଚରଣ ସା ଯୋଗଦାନ କରି ନୂଆଁଖାଇ ବନ୍ଧୁମିଳନ ଭାଇ ଚାରା ବାର୍ତ୍ତା ଦେବା ସହ ବର୍ତ୍ତମାନ ଦିବ୍ୟାଙ୍ଗ ମାନେ ଅକ୍ଷମ ନୁହନ୍ତି ,ସେମାନେ ସକ୍ଷମ ।

ସେମାନେ ସବୁକ୍ଷେତ୍ରରେ ଆଗୁଆ ଅଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜିଏଜର ଭଟଲି ସଭାପତି ଫକୀର ମହାନନ୍ଦ,ଅତାବିରା ସଭାପତି ବୀରକିଶୋର ବାଦୀ,ବରପାଲି ସଭାପତି ପ୍ରମୋଦ ଗଡତିଆ,ଚୋଲ ଡୁଙ୍ଗୁରିପାଲି ସଭାପତି ମିତ୍ରଭାନୁ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏଥିରେ ପାୱାର ଅଫ୍ ତରଫରୁ ଦୁଇ ଜଣକୁ ସିଲାଇ ମେସିନ୍ ଦେଇଥିବା ବେଳେ ଦିବ୍ୟାଙ୍ଗ ମାନଙ୍କ ଗୀତ,ବାଦ୍ୟ , ନୃତ୍ୟ ଓ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

  • jmjnewso

    Related Posts

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    Spread the love

    Spread the love ବୁଗୁଡ଼ା,୦୩/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ କରଚୁଲି ପଞ୍ଚାୟତର ଭାବସର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ ମାଡ଼ ମାରିବା ନେଇ ଏକ ଅଭାବନୀୟ ଅଭିଯୋଗ ସାମ୍ନାକୁ…

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    Spread the love

    Spread the love ଭୁବନେଶ୍ୱର : ଜେଏମଜେ ନ୍ୟୁଜ (ପ୍ରମୋଦ କୁମାର ମହାପାତ୍ର ): ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳ ରେ ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ପାଇଛି। ଯାହାକି ଅପରାଧ ର ପେଣ୍ଠସ୍ଥଳୀ…

    Leave a Reply

    Your email address will not be published. Required fields are marked *

    You Missed

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    ଶରଣକୂଳ ରେ ସ୍ୱାଭାବିକ ଅବସ୍ଥା ଫେରିବା ପାଇଁ ମହିଳା ଅଧିକାରିଣୀ ଙ୍କ ପ୍ରୟାସ!

    ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ

    ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ