କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କ ମଧ୍ୟରେ ଖୁସି, ସକାରାତ୍ମକ ଚିନ୍ତା, ଆତ୍ମବିଶ୍ୱାସ ଓ ମାନବିକତାର ଭାବନା ବଢ଼ାଇବା ଉଦ୍ଦେଶ୍ୟରେ ନିୟମିତ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ

ଗାନ୍ଧୀ ଜୟନ୍ତୀ ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, ରଘୁନାଥପୁର, ଗଞ୍ଜାମ ଜିଲ୍ଲା ରଘୁନାଥ ପୁର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ
ଠାରେ ପିଲାମାନଙ୍କୁ ବିଭିନ୍ନ ସ୍ନାକ୍ସ ଆଇଟମ୍ ପ୍ରଦାନ କରାଯିବା ସହିତ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ଦିଆଯାଇଥିଲା।

ସେହିପରି ଗତ ମାସରେ ମଧ୍ୟ ମନୋବିକାଶ ଓ ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ ପାଇଁ ସ୍ନାକ୍ସ, ଟିଫିନ୍, ବିସ୍କୁଟ୍, ଥଣ୍ଡା ପାନୀୟ ଆଦି ପ୍ରଦାନ କରାଯାଇ ସେମାନଙ୍କ ସହିତ ଖୁସି ବାଣ୍ଟିବାର ପ୍ରୟାସ ଜାରିରଖିଛି ମିଶନ ସଂସ୍ଥା।

ଏହି କାର୍ଯ୍ୟକ୍ରମ କୁ ସିମାଞ୍ଚଳ ପାଣି, ବିଭୂ ପ୍ରସାଦ ମିଶ୍ର, ନୀଳକଣ୍ଠ ମିଶ୍ର, ବିଷ୍ଣୁପ୍ରିୟା ଦାସ, ପ୍ରଣୟ କୁମାର ମହାପାତ୍ର,ସଙ୍ଗୀତା ମିଶ୍ର ପ୍ରମୁଖ ପରିଚାଳନା କରି ସେବା କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି।

ଯାହା. ସୂଚନା ମିଳିଛି ଶିଶୁମାନଙ୍କ ମୁହଁରେ ହସ ଆଣିବା, ସକାରାତ୍ମକ ଚିନ୍ତାଧାରା ବିକାଶ କରିବା, ଆତ୍ମବିଶ୍ୱାସ ଓ ମନୋବଳ ବଢ଼ାଇବା, ସେବା ସଚେତନତା ଓ ମାନବିକତାର ଭାବନା ଜାଗ୍ରତ କରିବା ସହ “ଜଣେ ଶିଶୁର ମୁହଁରେ ହସ ଆଣିବା ପାଇଁ ସେଲ୍ଫ ଏୱେକିଙ୍ଗ ମିଶନ ର ମୂଳ ଲକ୍ଷ୍ୟ ବୋଲି ସଂଯୋଜିକା ବିଷ୍ଣୁ ପ୍ରିୟା ଦାଶ ତାଙ୍କ ପ୍ରତିକ୍ରିୟା ରେ. କହିଛନ୍ତି।






