ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

Spread the love

ଜେଏମଜେ ବ୍ୟୁରୋ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ । ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି।ତେଣୁ ପ୍ରଣବ ବଳବନ୍ତରାୟ ମଧ୍ୟ ଧର୍ମଶାଳା ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ।

ଆଜି ପନ୍ତୁରି ଗାଁରେ ଏକ କର୍ମୀ ସମାବେଶ ଚାଲିଥିବା ବେଳେ ହଠାତ୍‌ କିଛି ଲୋକ ସେଠାରେ ପହଞ୍ଚି ଗାଡ଼ି ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ପ୍ରଣବଙ୍କ ଗାଡ଼ି ଉପରକୁ ପାନଛେପ ଓ ଟେକାପଥର ଫିଙ୍ଗାଯାଇଥିଲା । ଏଥିରେ ଗାଡ଼ିରେ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ ଆକ୍ରମଣ ହୋଇଥିବା ପ୍ରଣବଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।ଘଟଣା ପରେ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକ ପଣିକୋଇଲି ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରଣବ ଅଭିଯୋଗ କରିଛନ୍ତି ପୋଲିସ ଉପସ୍ଥିତିରେ ଆମ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପଛରେ କିଏ ରହିଛି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରିବା ସହ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଖୋଜଖବର ନେଉଥିବା ଜଣାପଡ଼ିଛି ।

  • jmjnewso

    Related Posts

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କ ମଧ୍ୟରେ ଖୁସି, ସକାରାତ୍ମକ ଚିନ୍ତା, ଆତ୍ମବିଶ୍ୱାସ ଓ ମାନବିକତାର ଭାବନା ବଢ଼ାଇବା ଉଦ୍ଦେଶ୍ୟରେ ନିୟମିତ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀ ଅବସରରେ…

    ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ସ୍ଥିତ ପି ଏ ମ ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ସଂକୃତ ଶିକ୍ଷକ ମହାସଂଘ ଦ୍ୱାରା ବିଶ୍ୱ ସଂକୃତ ଦିବସ ମହା ସମାରୋହ…

    Leave a Reply

    Your email address will not be published. Required fields are marked *

    You Missed

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର

    ଶିକ୍ଷକଙ୍କ ମାଡ଼ରେ ଦୁଇ ଛାତ୍ର ଆହତ ; ଅଭିଯୋଗ ଆଣିଲେ ଅଭିଭାବକ,ହେଲେ BEO ଅଫିସ ଫାଇଲରେ ନାହିଁ ଅଭିଯୋଗପତ୍ର