ଜେଏମଜେ ବ୍ୟୁରୋ : କନ୍ଧମାଳ ଦଙ୍ଗା କମିଶନ ଫାଇଲ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ନୋଟିସ କରିଥିବା ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ ଆଇଜିପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ଭିକେ ପାଣ୍ଡିୟାନ, ମନୋଜ ମିଶ୍ର ଓ ରାଜେଶ ବର୍ମାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ କରାଯାଇଥିଲା । ଏହି ୩ ଜଣ ପୂର୍ବ ସରକାର ସମୟରେ ସିଏମ୍ଓରେ କାର୍ଯ୍ୟରତ ଥିଲେ ।
ବୟାନରେ ଫାଇଲ ରିସିଭ୍ ହୋଇଥିବା ନେଇ ସେମାନେ କହିଥିବା ସୂଚନା ମିଳିଛି । ଫାଇଲ ରିସିଭ୍ ହେବା ପରେ ଏହାର ରିସିଭିଂ ରସିଦ ମଧ୍ୟ ରହିଥିବା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେବେ ଏଯାଏଁ ଫାଇଲ ହଜିଛି ବୋଲି କୁହାଯାଇପାରେ । ଫାଇଲ ଚୋରି ହୋଇଛି କି ନାହିଁ, ସେନେଇ ଏବେବି କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି ।







