ବ୍ରହ୍ମପୁର : ଜେଏମଜେ ନ୍ୟୁଜ : ଛାତ୍ର ସଂସଦ ନିର୍ବାଚନର ବିଜ୍ଞପ୍ତି ଆସିବାର କିଛି ଘଣ୍ଟା ମଧ୍ୟରେ ଖଲ୍ଲିକୋଟ କଲେଜରେ ଦେଖିବାକୁ ମିଳିଛି କିଛି ଛାତ୍ରଙ୍କ ଅରାଜକତା l ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବ୍ରହ୍ମପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ନେଇ ସୂଚନା ପାଇବା ମାତ୍ରେ ଟାଉନ ପୋଲିସ ବିଳମ୍ବ ନ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ମିନିଟ କେଇଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଥିଲା। ଉଭୟ ପକ୍ଷରୁ ମୋଟ ୯ ଜଣଙ୍କୁ ଥାନାରେ ଅଟକ ରଖାଯାଇ ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଖବର ମିଳିଛି l






