ଜେଏମଜେ ବ୍ୟୁରୋ : ଆସିଲାଣି ଶୀତ । ଚିଲିକାରେ ଏବେ ଅତିଥି ପକ୍ଷୀଙ୍କ କୋଳାହଳ ବଢୁଛି । ଧୀରେ ଧୀରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ସୁଦୂର ସାଇବେରିଆରୁ ଚିଲକାକୁ ପୁଣି ଥରେ ବର୍ଷେ ବ୍ୟବଧାନରେ ଅତିଥି ପକ୍ଷୀ ଆସିବା ନେଇ ସମସ୍ତେ ଖୁସି । ସ୍ଥାନୀୟ ଲୋକେ, ପ୍ରଶାସନ, ବନ ବିଭାଗ , ଚିଲିକା ବନ ଖଣ୍ଡ କାର୍ଯ୍ୟାଳୟରେ ସମସ୍ତେ ଏବେ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।ଚହଳ ପଡ଼ିଲାଣି ଚିଲିକାରେ। ଏମିତି ସମୟରେ ସଜାଗ ହୋଇ ରହିଛି ବନବିଭାଗ । ବିଦେଶୀ ପକ୍ଷୀ ଏବେ ଚିଲିକା ବୁକୁରେ ଛାଇ ଗଲେଣି । ସେଥିପାଇଁ ପୂରା ସତର୍କ ଜଙ୍ଗଲ ବିଭାଗ। ଦିନ ରାତି ପ୍ୟାଟ୍ରୋଲିଂ ସହ ଚୋରା ଶିକାର ଉପରେ ରଖା ଯାଇଛି କଡ଼ା ନଜର । ସମଗ୍ର ଚିଲିକା ରେ ୫ଟି ରେଞ୍ଜରେ ସୁରକ୍ଷା ପାଇଁ କ୍ୟାମ୍ପ କରିବା ସହ ସ୍ଥାନୀୟ ଅଧିବାସୀଙ୍କୁ ବି ଏନେଇ ସଚେତନ କରାଯାଉଛି ।






