ବ୍ରହ୍ମପୁର:ଜେଏମଜେ ନ୍ୟୁଜ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ପୁଣି ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା। ଗୋସାଣୀନୂଆଗାଁ ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ବିକ୍ରମଙ୍କୁ ପୁଲିସ ଝାଳବୁହା ଜେରା କରୁଥିବା ଜଣାଯାଇଛି। ଥାନାରେ ପଚରାଉଚରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଜେଲ୍ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଭଳି ବିକ୍ରମ ପଣ୍ଡାଙ୍କୁ ପୁଲିସ୍ ଗିରଫ କରିପାରେ ବୋଲି ବି କୁହାଯାଉଛି।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ତ ପୁଣି କେତେବେଳେ ପ୍ରଲୋଭନ ଦେଖାଇଥିବା ସାକ୍ଷୀଙ୍କ ଦ୍ୱାରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଆଉ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା ପରେ ଡାକ୍ତର ସବୁ ସତ ମାନିଥିଲେ। ତେଣୁ ସାକ୍ଷୀଙ୍କୁ ଧମକ ଦେବାରେ ସହଯୋଗ ଅଭିଯୋଗରେ ରାଜ୍ୟ ସରକାର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଥିଲେ | ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ଏତଲା ରୁଜୁ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ।





