ଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁର୍ଲାପଡା ରେ କେବଳ ଆଦିବାସୀ ୧୪ ଟି ପରିବାର ର ୪୫ ଜଣ ବସବାସ କରୁଥିବା ବେଳେ ଜଣେ ପରିବାର ଛଡା ସବୁ ପରିବାର ର ମୁରବି ମାନଙ୍କର ମୃତ୍ୟୁ ହୋଇଛି l ଏହି ପଡା ରେ କେବଳ କାହିଁକି ପୁରୁଷ ମାନଙ୍କର ମୃତ୍ୟୁ ହେଉଛି ବୋଲି ଖବର ପାଇବା ପରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏକ ଟିମ ସହିତ ସର୍ଜମିନ କୁ ଯାଇ ସବୁ ପଚାରି ବୁଝିଥିଲେ l ଟିମ ରେ ତହସିଲଦାର ଚନ୍ଦନ କୁମାର ନାଏକ, ଏଇ ଚିତ୍ତ ରଞ୍ଜନ ଜେନା, ରାଜସ୍ୱ ନିରୀକ୍ଷକ, ଜଳ ଓ ପରିମଳ ବିଭାଗ ତଥା ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଏ ଖବର ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଜିଲ୍ଲା ପ୍ରଶାସନ ଏହି ଘଟଣା କୁ ଗୁରୁତ୍ୱ ସହ ନେଇ ରାଜ୍ୟ ସରକାର ଙ୍କ ଅନ୍ତ୍ୟୋଦୟ ଯୋଜନା ରେ ସାମିଲ କରି ଦୁଇ ଏକଡ଼ ସରକାରୀ ଜାଗା ନେଇ ଅନ୍ତ୍ୟୋଦୟ ନଗର ନାମ କରଣ କରି ଆଜି ୧୩ ଟି ପରିବାର ଙ୍କୁ ଆବାସ ର କାର୍ଯ୍ୟାଦେଶ ବଣ୍ଟନ କରାଗଲା l ନଗର ରେ ଏକ ନୂତନ ପୋଖରୀ, ଧରନିଶାଲ, ପିଇବା ପାଣି ର ବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀ କରଣ,ପାଇଖାନା ଓ ରୋଷେଇ ଘର ବ୍ୟବସ୍ଥା, ଗାଈ ଓ ଛେଳି ଗୁହାଳ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି l ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଏବିଡ଼ିଓ ବିଜୟ କୁମାର ନାଏକ,ଏପିଡି ଆରଏଚ ଅମୁଲ୍ୟ ବେହେରା, ଏପିଡି ସ୍କିମ ବିଭାଗର ବିମ୍ବାଧର ସାହୁ, ଭିବିଜିରାମ ଜୀ ଏମସି ପାର୍ବତୀ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ଡ଼. ମାନସ ରଞ୍ଜନ ତ୍ରିପାଠୀ, ଆରଏଚ ବିପିସି ମଧୁ ସାହୁ, ଏଇ ଚିତ୍ତ ରଞ୍ଜନ ଜେନା, ନିକୁଞ୍ଜ ନାଏକ, ଅଲେଖ ସା,ରାଜ ମୋହନ ଶବର, ଦିନେଶ ପାନକା, ଜୟରାମ ସାହୁ, ଲଳିତ ମଙ୍ଗରାଜ, ସଂଜୀବ ନିଆଲ, ଜୟନ୍ତ ସିଂ, ଜୟ କୃଷ୍ଣ ସାହୁ, ତାପସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l





