କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : କବିସୂର୍ଯ୍ୟନଗର ରୁ ଆରମ୍ଭ ହେଲା ସେବା ଜ୍ୟୋତି ଯାତ୍ରା ରଥ…ଆଜି ସାରା ଦେଶରେ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ ଶତାଧିକ ମହିଳା ଜିଲ୍ଲା ମୁଖ୍ୟାଳୟ କୁ ମଶାଲ ଜ୍ୟୋତି ଧରି ଗ୍ରସ୍ତ କରିଥିବା ଜଣାଯାଇଛି।

ସକାଳୁ ସ୍ଥାନୀୟ ବନଦେବୀ ମନ୍ଦିର ରୁ ମଶାଲ ଯାତ୍ରା କୁ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଶୁଭାରମ୍ଭ କରିବା ପରେ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ବିଡ଼ିଓ ନାରାୟଣ ବେହେରା, ବିପିଏମ ରାଜକିଶୋର ସାହୁ ଙ୍କ ସମେତ ଶତଧିକ ମହିଳା ମଶାଲ ଯାତ୍ରା ରେ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ଯାଏ ରାଲି କରି ସେଠାରୁ ଛାତ୍ରପୁର ଯାଇ ଜିଲ୍ଲା ସ୍ତରୀୟ ସଭା ରେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି।

ଯାହା ସୂଚନା ମିଳିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତି ଅବସରରେ ଆଜି ସାରା ଦେଶରେ ‘ସେବା ଜ୍ୟୋତି ଯାତ୍ରା’ ଓ ‘ବିକଶିତ ଭାରତ ସଂକଳ୍ପ ସଭା’ ଅନୁଷ୍ଠିତ ହୋଇଯାଇଛି. ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ର ଏକ ପ୍ରମୁଖ କାର୍ଯ୍ୟକ୍ରମ। ‘ବିକଶିତ ଭାରତ @ ୨୦୪୭’ ପାଇଁ ସଂକଳ୍ପ ପାଠ କରାଇବା ସହ ଲୋକଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।







