ବ୍ରଜମୋହନ ରାମ ହେଲେ ଓଡିଶା ର ନୂଆ ରାଜ୍ୟପାଳ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି।ବ୍ରଜମୋହନ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ଜଣେ ରାଜନେତା।ଅତୀତରେ ସେ ବିଧାୟକ ରହିବା ସହ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ବ୍ରଜମୋହନ ରାମ ୧୯୯୬, ୧୯୯୮ ଓ ୧୯୯୯ରେ ପଲାମୁ ଲୋକସଭା ଆସନରୁ କ୍ରମାଗତ ଭାବେ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।ରାଜ୍ୟପାଳ ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ଓଡ଼ିଶା ସହ କେରଳ, ତାମିଲନାଡୁ, କର୍ନାଟକ, ଉତ୍ତରାଖଣ୍ଡ ଓ ସିକିମକୁ ସାମିଲ କରାଯାଇଛି। କେରଳରେ ଓମ୍‌ପ୍ରକାଶ ମାଥୁର, ତାମିଲନାଡୁରେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କର୍ନାଟକରେ ଡାକ୍ତର ସୁଧା ଯାଦବ, ଉତ୍ତରାଖଣ୍ଡରେ ଧଳସିଂହ ବିଶେନ ଏବଂ ସିକିମରେ ଦୁଶ୍ୟନ୍ତ ଗୌତମଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

  • jmjnewso

    Related Posts

    ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଙ୍କ ସୁରକ୍ଷା କଡାକଡି

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ଦେଶରେ ରାଜନୈତିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ…

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗୁରୁବାର ଓଡ଼ିଶା ବନ୍ଦ। ହେଲେ ଚାଲିବ ଘରୋଇ ବସ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଦେଇଥିବା ଏହି ବନ୍ଦ ଡାକରାକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଘରୋଇ ବସ୍ ମାଲିକ…

    Leave a Reply

    Your email address will not be published. Required fields are marked *

    You Missed

    ବ୍ରଜମୋହନ ରାମ ହେଲେ ଓଡିଶା ର ନୂଆ ରାଜ୍ୟପାଳ

    ବ୍ରଜମୋହନ ରାମ ହେଲେ ଓଡିଶା ର ନୂଆ ରାଜ୍ୟପାଳ

    ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚ଼ଢ଼ାଉ

    ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାସଭବନରେ ଭିଜିଲାନ୍ସ ଚ଼ଢ଼ାଉ

    ମା’ମଝିଘରିଆଣି ଙ୍କ ନବରାତ୍ରି ପୂଜା ଆରମ୍ଭ

    ମା’ମଝିଘରିଆଣି ଙ୍କ ନବରାତ୍ରି ପୂଜା ଆରମ୍ଭ

    ୩୪୭ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ,ମଇଦାନରେ ୬,୩୬୨ ପ୍ରାର୍ଥୀ!

    ୩୪୭ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ,ମଇଦାନରେ ୬,୩୬୨ ପ୍ରାର୍ଥୀ!

    ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଙ୍କ ସୁରକ୍ଷା କଡାକଡି

    ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଙ୍କ ସୁରକ୍ଷା କଡାକଡି

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ