କ୍ୟାମ୍ପସ୍‌ରେ ନିର୍ବାଚନୀ ତାତି, ଆସନ୍ତାକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂ

Spread the love

ଜେଏମଜେ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଠୁଛି ପଡ଼ୁଛି କଲେଜ୍ କ୍ୟାମ୍ପସ୍‌ । ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍‌କୁ ଫେରିଛି ଛାତ୍ର ରାଜନୀତି। ଆଉ ଏହାକୁ ନେଇ କ୍ଲାସ୍‌ରୁମ୍‌ଠାରୁ ଆରମ୍ଭ କରି ହଷ୍ଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉତ୍କଣ୍ଠା । ନିଜ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ ।କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଉଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ବ୍ୟସ୍ତ ।

ପ୍ରାର୍ଥିପତ୍ର ଦାଖଲ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ନିର୍ବାଚନୀ ମାହୋଲ ଆହୁରି ସରଗରମ ହୋଇଛି। ଆସନ୍ତାକାଲି ରହିଛି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଏହି ବୈଠକରେ ପ୍ରାର୍ଥୀମାନେ ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ।ଅନ୍ୟପଟେ, ଅକ୍ଟୋବର ୧୫ ତାରିଖ ଗୁରୁବାର ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହିଦିନ ଅପରାହ୍ଣ ୨ଟାରୁ ଫଳାଫଳ ଘୋଷଣା କରାଯିବ । ଏହାପରେ ଅକ୍ଟୋବର ୧୬ ତାରିଖରେ ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ।


  • jmjnewso

    Related Posts

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି…

    ରମାଦେବୀରେ BCJDର ବିପୁଳ ବିଜୟ : ସଭାପତି ହେଲେ ସୋନାଲି ବେହେରା, ହାରିଲା ABVP

    Spread the love

    Spread the loveଭୁବନେଶ୍ୱର, ୧୬/୧୦ : ଜେଏମଜେ ନ୍ୟୁଜ : ରମାଦେବୀ (ଆରଡି) ମହିଳା ବିଶ୍ବବିଦ୍ୟାଳୟରେ ଗଡ଼ ରଖିଲା ବିଜୁ ଛାତ୍ର ଜନତା ଦଳ । ୮ ବର୍ଷ ପରେ ହୋଇଥିବା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍ ବିଜୟ ଲାଭ କରିଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି