ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନରେ କର୍ମଚାରୀଙ୍କ ହସ୍ତକ୍ଷେପ, ଅଭିଯୋଗ ଆଣି ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜୁ ଛାତ୍ର ଜନତା ଦଳ

Spread the love

ଛତ୍ରପୁର : ଜେମେଜେ ନ୍ୟୁଜ : ଦିନକ ପରେ ଛାତ୍ର ସଂସଦ ନିର୍ବାଚନ। ଏବିଭିପି ଓ ବିସିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଏହି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିସିଜେଡି ପ୍ରାର୍ଥୀମାନେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। କଲେଜ କର୍ମଚାରୀମାନେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପରେ ଚାପ ପକାଇବା ସହ ହସ୍ତକ୍ଷେପ କରୁଛନ୍ତି ବୋଲି ଛତ୍ରପୁର ଉପଜିଲାପାଳଙ୍କୁ ବିସିଜେଡି ପ୍ରାର୍ଥୀମାନେ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

ମହାବିଦ୍ୟାଳୟ କର୍ମଚାରୀମାନେ ଖୋଲାଖୋଲି ଭାବେ ସରକାରୀ ନିୟମାବଳୀ ଉଲଘଂନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ମହାବିଦ୍ୟାଳୟ ପରିସରରେ ଏବଂ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଏବିଭିପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବ ନ ହେଲେ ମାର୍କ କାଟି ଦିଆଯିବ ବୋଲି ମହାବିଦ୍ୟାଳୟ କର୍ମଚାରୀମାନେ ଧମକ ଦେଉଥିବା ବିସିଜେଡି ପ୍ରାର୍ଥୀ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏନେଇ ଉପଜିଲାପାଳ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବନାହିଁ। ଏହା ସହିତ ଉପଜିଲାପାଳ ତାଗିଦ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ। ନିୟମ ବିରୋଧୀ କାର୍ଯ୍ୟକଳାପ ନ କରିବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉପଜିଲାପାଳ କଡ଼ା ଚେତାବନୀ ଦେଇଛନ୍ତି।

  • jmjnewso

    Related Posts

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି…

    ରମାଦେବୀରେ BCJDର ବିପୁଳ ବିଜୟ : ସଭାପତି ହେଲେ ସୋନାଲି ବେହେରା, ହାରିଲା ABVP

    Spread the love

    Spread the loveଭୁବନେଶ୍ୱର, ୧୬/୧୦ : ଜେଏମଜେ ନ୍ୟୁଜ : ରମାଦେବୀ (ଆରଡି) ମହିଳା ବିଶ୍ବବିଦ୍ୟାଳୟରେ ଗଡ଼ ରଖିଲା ବିଜୁ ଛାତ୍ର ଜନତା ଦଳ । ୮ ବର୍ଷ ପରେ ହୋଇଥିବା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍ ବିଜୟ ଲାଭ କରିଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି