ଭଞ୍ଜନଗର କେଏସଯୁବି କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିପୁଳ ବିଜୟ ।

Spread the love


ଭଞ୍ଜନଗର: ଜେଏମଜେ ନ୍ୟୁଜ :ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ସର୍ବବୃହତ୍ତ ଶିକ୍ଷାନୁଷ୍ଠାନ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି।ଦୀର୍ଘ ୮ବର୍ଷ ବ୍ୟବଧାନରେ ଚଳିତ ବର୍ଷ ନିର୍ବାଚନ କୁ ନେଇ ପ୍ରାର୍ଥୀ ଓ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ।ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟରେ ପ୍ରାୟ ୧୬ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ଷା କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୯୧୧ ଜଣ ମତଦାନ କରିଥିଲେ।ଏଥିରେ ଏବିଭିପି ପ୍ରାର୍ଥୀମାନେ ୧୧ଟି ପଦବୀରେ ଓ ଜଣେ ପ୍ରାର୍ଥୀ ବିଜ୍ଞାନ ସମାଜ ସମ୍ପାଦକ ସ୍ୱାଧୀନ ଭାବେ ବିଜୟ ଲାଭ କରିଛନ୍ତି।ସେଥି ମଧ୍ୟରେ ସଭାପତି ଭାବେ ଶିବାଜୀ ମଲିକ,ଉପସଭାପତି ରୂପେ ବିଷ୍ଣୁ ପ୍ରସାଦ ନାୟଲ, ସାଧାରଣ ସମ୍ପାଦକ ସିଏଚ ସୂର୍ଯ୍ୟମ ପାତ୍ର, ସହ ସମ୍ପାଦକ ରାକେଶ କୁମାର ଗୁରୁ, ବିଜ୍ଞାନ ସମାଜ ସମ୍ପାଦକ ଶୁଭମ କୁମାର ସାହୁ, ନାଟ୍ୟ ସମ୍ପାଦକ ରିତେଶ କୁମାର ବେହେରା, କ୍ରୀଡ଼ା ସମ୍ପାଦକ ସୋହନ କୁମାର ସ୍ୱାଇଁ, ଛାତ୍ର ସାଧାରଣ ପ୍ରକୋଷ୍ଠ ସମ୍ପାଦକ ସରୋଜ କାନ୍ତ ଗୌଡ଼, ଛାତ୍ରୀ ସାଧାରଣ ପ୍ରକୋଷ୍ଠ ସମ୍ପାଦକ ତୁଳସୀ ନାୟକ,କଲେଜ ମ୍ୟାଗାଜିନ୍ ସମ୍ପାଦକ ସୁମନ୍ ପ୍ରଧାନ, ଡ଼ିଏସଏ ସମ୍ପାଦକ ଅମିତ ନାୟକ ଓ ଏସଏସଜି ସମ୍ପାଦକ ଗଙ୍ଗା ନାୟକ ବିଜୟ ଲାଭ କରିଛନ୍ତି।ଆସନ୍ତା କାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

  • jmjnewso

    Related Posts

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି…

    ରମାଦେବୀରେ BCJDର ବିପୁଳ ବିଜୟ : ସଭାପତି ହେଲେ ସୋନାଲି ବେହେରା, ହାରିଲା ABVP

    Spread the love

    Spread the loveଭୁବନେଶ୍ୱର, ୧୬/୧୦ : ଜେଏମଜେ ନ୍ୟୁଜ : ରମାଦେବୀ (ଆରଡି) ମହିଳା ବିଶ୍ବବିଦ୍ୟାଳୟରେ ଗଡ଼ ରଖିଲା ବିଜୁ ଛାତ୍ର ଜନତା ଦଳ । ୮ ବର୍ଷ ପରେ ହୋଇଥିବା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍ ବିଜୟ ଲାଭ କରିଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି