ପୁରୁଷୋତ୍ତମପୁର: ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ପୁରୁଷୋତ୍ତାମପୁର ତାରାତାରିଣୀ କଲେଜରେ ଗୁରବାର ଶାନ୍ତିଶୃଙ୍ଖଲାର ସହ ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି ଶୁଭଙ୍କର ସାହୁ ସମ୍ପାଦକ କୁଳମଣି ବେହେରା, ନିର୍ବାଚିତ ହୋଇଥିବା ବେଳେ ସହସମ୍ପାଦକ ଦେବାଶିଷ ସାହୁ ଓ ବିଜ୍ଞାନ ବିଭାଗ ସମ୍ପାଦକ ସତ୍ୟଜିତ ପାତ୍ର ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି। ସେହିପରି କ୍ରୀଡ଼ା ସମ୍ପାଦକ ଶୁଭମ କୁମାର ମୁନି, ନାଟ୍ୟ ସମ୍ପାଦକ ବର୍ଷାରାଣୀ ବେହେରା ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ପଦବୀରେ ଧନନ୍ତରୀ ଗୌଡ଼,ଛାତ୍ର ପ୍ରକୋଷ୍ଠ ପ୍ରତିନିଧି ବି.ମୃତ୍ୟୁଞ୍ଜୟ ପାତ୍ର ଏବଂ ଛାତ୍ରୀ ପ୍ରକୋଷ୍ଠ ପ୍ରତିନିଧି ଭାବେ ବର୍ଷାରାଣୀ ଗୌଡ଼ ନିର୍ବାଚିତ ହୋଇଛନ୍ତି।
କଲେଜ ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ରହିଥିବାବେଳେ ଅଧ୍ୟାପକ ଡ. ରମେଶଚନ୍ଦ୍ର ସେନାପତି ଓ ଡ. ପ୍ରଦୀପ କୁମାର ସାହୁ ଉପଦେଷ୍ଟା ଭାବେ ରହି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ବିନୋଦ କୁମାର ବେହେରା ଓ ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।
ହେଲେ ଦୁଇ ବିଧାୟକ ଙ୍କ ପ୍ରାଥୀଙ୍କୁ ପରାଜିତ କରି ସାଂସଦ ସମର୍ଥିତ ଏବଂ ସୀତାରାମ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିଜୟୀ ହୋଇଥିବା ସମସ୍ତ ପ୍ରାଥୀ ABVP ବୋଲି ସୂଚନା ମିଳିଛି।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ






