ପୂଜା ସୁରକ୍ଷାରେ ୬୦ ପ୍ଲାଟୁନ୍‌ ଫୋର୍ସ ଓ ୫୦୦ ଅଫିସର,ସୋସିଆଲ ମିଡ଼ିଆ ଉପରେ ‘ସାଇବର ସେଲ୍’ର ନଜର.

Spread the love

ଜେଏମଜେ ବ୍ୟୁରୋ : ମହାଷଷ୍ଠୀରୁ ସହରରେ ଶାରଦୀୟ ପୂଜା ଆରମ୍ଭ ହେଉଛି । ଅକ୍ଟୋବର ୨୨ରେ ପୂଜାର ଅନ୍ତିମ ପର୍ବ ଭସାଣି ଉବତ୍ସ ଅନୁଷ୍ଠିତ ହେବ । ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା ସୁରକ୍ଷା ପାଇଁ ସହରରେ ୬୦ ପ୍ଲାଟୁନ ଫୋର୍ସ ମୁତୟନର ବ୍ୟବସ୍ଥା ହୋଇଛି ।ଏଥିରେ ଓଏସଏପି, ଏସଓଜି, କୁଇକ ଆକ୍ସନ ଫୋର୍ସ ସାମିଲ ଅଛନ୍ତି । ସେହିପରି ୧ କମ୍ପାନୀ କେନ୍ଦ୍ରୀୟ ବଳ ବା ରାପିଡ୍ ଆକ୍ସନ୍ ଫୋର୍ସ ବି ସହର ଜଗିବେ । ୪୦ଜଣ ଡିଏସପି, ୫୫ ଇନ୍ସପେକ୍ଟର, ୪୦୦ ଏସଆଇ ଓ ଏଏସଆଇଙ୍କ ସହିତ ୮୪ ହାବିଲଦାର, ୬୦୦ କନଷ୍ଟେବଳ, ୭୦୦ ହୋମଗାର୍ଡଙ୍କ ହାତରେ ସୁରକ୍ଷା ଦାୟିତ ରହିବ । ଏହା ବାଦ୍ ପୂଜା ମଣ୍ଡପ ଓ ସହରର ମୁଖ୍ୟ ଛକରେ ଟ୍ରାଫିକ ପରିଚାଳନାରେ ସହଯୋଗ ପାଇଁ ପ୍ରାୟ ୭୦୦ ପୁଲିସ ଭଲ୍ୟୁଣ୍ଟିଅର ବା ସ୍ୱେଚ୍ଛାସେବୀ ରହିବେ । ଏହି ଭଲ୍ୟୁଣ୍ଟିଅରମାନଙ୍କୁ ପୂର୍ବରୁ ଆଇଡି କାର୍ଡ ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବିଭିନ୍ନ ଥାନାକୁ ୬ଟି ଜୋନ୍ ଓ ଦୁଇଟି ସେକ୍ଟରରେ ଭାଗ କରାଯାଇ ୬ ଜଣ ଏଡିସିପି ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସେହିପରି ୨୦ଟି ଅତିରିକ୍ତ ପିସିଆର, ୩ଟା ନ୍ସାଲ ମୋବାଇଲ ଭ୍ୟାନ, ୪୦ ବାଇକ ପିସିଆର ସହରରେ ପାଟ୍ରୋଲିଂ କରିବ । ଭିଡରେ ଅସଦାଚରଣ ଓ ଚୋରି ରୋକିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୭ଟି ଅସ୍ଥାୟୀ ପୁଲିସ ଏଡପୋଷ୍ଟ ଖୋଲାଯାଇଛି। ଅତି ସମ୍ୱେଦନଶୀଳ ସ୍ଥାନରେ ଘର ଛାତ ଉପରେ ଫୋର୍ସ ଓ ଚାନ୍ଦି ମେଢ଼ ପାଖରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ । ଟ୍ରାଫିକ ପରିଚାଳନା ପାଇଁ ୨୦ ଜଣ ଅଧିକାରୀ ଓ ୨୦୦ କର୍ମଚାରୀ ରହିବେ ।ଅନ୍ୟପଟେ ପୂଜା ଓ ଭସାଣି ସମୟରେ କୌଣସି ପ୍ରକାର ସମ୍ବେଦଶୀଳ ପ୍ରସଙ୍ଗ କିମ୍ବା ଗୁଜବକୁ ସୋସିଆଲ୍ ମିଡିଆରେ ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ପୂଜା ସମୟରେ ସୋସିଆଲ୍ ମିଡିଆ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ସାଇବର ଥାନାରେ ୨୪ ଘଣ୍ଟା ନଜର ରଖିବ । ଏହା ବାଦ୍ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଆଜି ଇଡ୍ଡୋର ଷ୍ଟାଡିୟମ୍ଠାରେ ପୁଲିସ ବ୍ରିଫିଙ୍ଗ୍ କାର୍ଯ୍ୟକ୍ରମରେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଏହି ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ : କୃଷ୍ଣ ଚନ୍ଦ୍ର ପଲେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଛି। ଦଳ ନିଜର ସଂଗଠନକୁ ତୃଣମୂଳ…

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    Spread the love

    Spread the loveକୋଦଳା: ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ବିକାଶର କଥା କହୁଛନ୍ତି ଲୋକ ପ୍ରତିନିଧି, ହେଲେ ପୁରାତନ ମନ୍ଦିରକୁ ଯିବା ପାଇଁ ଆଜି ବି ନାହିଁ ପକ୍କା ରାସ୍ତା ! ଏହା କ’ଣ ବିକାଶର ନମୁନା,…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି