ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

Spread the love

କୋଦଳା: ଜେଏମଜେ ନ୍ୟୁଜ : (କୃଷ୍ଣ ଚନ୍ଦ୍ର ପଲେଇ ): ବିକାଶର କଥା କହୁଛନ୍ତି ଲୋକ ପ୍ରତିନିଧି, ହେଲେ ପୁରାତନ ମନ୍ଦିରକୁ ଯିବା ପାଇଁ ଆଜି ବି ନାହିଁ ପକ୍କା ରାସ୍ତା ! ଏହା କ’ଣ ବିକାଶର ନମୁନା, ନା ଲୋକଙ୍କ ସମସ୍ୟା ପ୍ରତି ଅଣଦେଖା ? ଏଭଳି ପ୍ରଶ୍ନ ଉଠୁଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡ଼ା ସ୍ଥିତ ପୁରାତନ ମା’ କାଳୀ ମନ୍ଦିର ରାସ୍ତାକୁ ନେଇ । ମା’ କାଳୀଙ୍କ ଏହି ପୁରାତନ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ପକ୍କା ରାସ୍ତା ନଥିବାରୁ ଯାତାୟାତରେ ହଇରାଣ ହେଉଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ରାସ୍ତା ନିର୍ମାଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ନିର୍ବାଚନ ସମୟରେ ବିକାଶର ପ୍ରତିଶ୍ରୁତି ଦେଉଥିବା ଲୋକ ପ୍ରତିନିଧିମାନେ ଏହି ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବେ? ସେହିପରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ପ୍ରଶାସନ କାହିଁକି ଏଯାଏଁ ରାସ୍ତା ନିର୍ମାଣ ପାଇଁ ଠୋସ୍ ପଦକ୍ଷେପ ନେଇନାହାନ୍ତି ? ଏହି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ। ବିକାଶ କେବଳ ଭାଷଣ ଓ ପ୍ରତିଶ୍ରୁତିରେ ସୀମିତ ରହିଲେ ଚଳିବ ନାହିଁ; ତାହା ଲୋକଙ୍କ ଜୀବନରେ ପ୍ରତିଫଳିତ ହେବା ଦରକାର । ତେଣୁ ଲୋକ ପ୍ରତିନିଧି, ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ରାସ୍ତା ସମସ୍ୟାର ସମାଧାନ କରି ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

  • jmjnewso

    Related Posts

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ : କୃଷ୍ଣ ଚନ୍ଦ୍ର ପଲେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଛି। ଦଳ ନିଜର ସଂଗଠନକୁ ତୃଣମୂଳ…

    ପୂଜା ସୁରକ୍ଷାରେ ୬୦ ପ୍ଲାଟୁନ୍‌ ଫୋର୍ସ ଓ ୫୦୦ ଅଫିସର,ସୋସିଆଲ ମିଡ଼ିଆ ଉପରେ ‘ସାଇବର ସେଲ୍’ର ନଜର.

    Spread the love

    Spread the loveଜେଏମଜେ ବ୍ୟୁରୋ : ମହାଷଷ୍ଠୀରୁ ସହରରେ ଶାରଦୀୟ ପୂଜା ଆରମ୍ଭ ହେଉଛି । ଅକ୍ଟୋବର ୨୨ରେ ପୂଜାର ଅନ୍ତିମ ପର୍ବ ଭସାଣି ଉବତ୍ସ ଅନୁଷ୍ଠିତ ହେବ । ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ପଞ୍ଚାୟତ ସଜବାଜ ମୈଦାନ କୁ ଓଲ୍ହାଇଲା ବିଜେଡି ବଡ ଖଇରଖମା ରେ ସାଂଗଠନିକ ବୈଠକ

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ବିକାଶ ର ଡିଣ୍ଡମ ଭିତରେ…ମା’ କାଳୀ ମନ୍ଦିରକୁ ପକ୍କା ରାସ୍ତା କେବେ ?

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ୩୦୦ ଅତିଥିଙ୍କୁ ନେଇ ଓଡିଶା ଆସୁଛନ୍ତି ନୂଆ ରାଜ୍ୟପାଳ : ୧୮ ତାରିଖରେ ଶପଥ ନେବେ

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି