କୋଦଳା : ଜେଏମଜେ ନ୍ୟୁଜ : କୃଷ୍ଣ ଚନ୍ଦ୍ର ପଲେଇ
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଉଛି। ଦଳ ନିଜର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ସହ ଭୋଟରମାନଙ୍କ ନିକଟତର ହେବା ପାଇଁ ଏହି ରଣନୀତି ପ୍ରସ୍ତୁତ କରିଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ କବିସୂର୍ଯ୍ୟନଗର ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ରଣନୀତି। ଗାଁ ରେ ପହଞ୍ଚି ଲୋକଙ୍କ ଅଭିଯୋଗ ଓ ସମାସ୍ଯାକୁ ଶୁଣୁଛନ୍ତି ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ। ବେଗୁନିଆପଡ଼ା ବ୍ଳକ ଖଇରଖମା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ସାହୁ। ଏକ ଶୋଭାଯାତ୍ରା ମାଧ୍ୟମରେ ଶ୍ରୀ ସାହୁଙ୍କୁ ଗ୍ରାମବାସୀ ପାଛୋଟି ନେବା ସହ ଗାଁରେ ପରିକ୍ରମା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକଙ୍କ ବିଭିନ୍ନ ଅଭିଯୋଗ, ଗ୍ରାମର ବିଭିନ୍ନ ସମାସ୍ଯାକୁ ଶୁଣିଥିଲେ ହରପ୍ରସାଦ ସାହୁ। ସରକାରଙ୍କ ବିଫଳତା, ଗାଁ ରେ ଉର୍ନ୍ନତିକରଣ କାର୍ଯ୍ୟ ହେଉ ନଥିବା, ଲୋକଙ୍କ ମୌଳିକ ସମାସ୍ଯାର ସମାଧାନ ହେଉ ନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ରହିଥିଲା। ଭୋଟ୍ ବଡ଼ କଥା ନୂହେଁ, ଆପଣ ମାନଙ୍କ ଭଲପାଇବା ହିଁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଶ୍ରୀ ସାହୁ।
ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବା ମାତ୍ରେ, ଶହେ ଦିନରେ ସବୁ କାମ କରିବାର ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ଯେଉଁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଛି ବିଜେପି, ତାକୁ ଏ ଯାଏ ପାଳନ କରାଯାଇ ନଥବା ଅଭିଯୋଗ କରିଛି ବିଜେଡି । କୁଆଡ଼େ ଗଲା ୩୦୦ ୟୁନିଟ ମାଗଣା ବିଜୁଳି ? କାହିଁକି ପ୍ରତି ଦୁଇ ବର୍ଷରେ ମହିଳା ପାଇବେନି ସୁଭଦ୍ରାର ୫୦ ହଜାର ଟଙ୍କା ? କାହିଁକି ବଢିଲାନି ଏମଏସପି ? ସମସ୍ତେ କାହିଁକି ପାଇବେନି ବର୍ଦ୍ଧିତ ବାର୍ଦ୍ଧକ୍ଯ ଭତ୍ତା ? କାହିଁକି ବିଗିଡ଼ିଲା ଆଇନଶୃଂଖଳା ? ଦରଦାମ ନିୟନ୍ତ୍ରଣ ହେଲାନି କାହିଁକି ?
ସରକାରୀ ବିଫଳତାକୁ ଲୋକେ ଅନୁଭବ କରୁଥିବା ବିଜେଡି ଦାବି କରିଛି । ନବୀନ ପଟ୍ଟନାୟକ ସରକାର ସମୟର ଯୋଜନା ଗୁଡ଼ିକରେ ନାଁ ଓ ରଙ୍ଗ ବଦଳାଇ ଏକ ବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେପି ସରକାର । ନୂଆ କଣ କରିବେ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । କେବଳ ବଜେଟର ଆକାର ବଢିଛି । ହେଲେ ସଂପୂର୍ଣ୍ଣ ବଜେଟ ଖର୍ଚ୍ଚ କରିବାରେ ବି ସରକାର ବିଫଳ ହୋଇଛନ୍ତି ବୋଲି ଏଠାରେ ଆଲୋଚନା ହୋଇଥିଲା।






