ଧରାକୋଟକୁ ନେଇ ତେଜିଲା ରାଜନୀତି, ସରକାର ଆଦିବାସୀ ବିରୋଧୀ, ଜବାବ ଦେଲା ବିଜେପି

Spread the love

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ )ଧରାକୋଟରେ ଦୁଇ ଦଳିତଙ୍କୁ ଅମାନୁଷିକ ନିର୍ଯ୍ୟାତନା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଦଳିତ ମହାସଂଘ । ଆଉ ଦଳିତ ପରିବାରକୁ ସାମାଜିକ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।  ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି ।  କଂଗ୍ରେସ ଏହାକୁ ଜାତୀୟ ପ୍ରସଙ୍ଗ କରିଛି । ରାହୁଲ ଗାନ୍ଧୀଙ୍କ ପରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ବିଜେଡି କହିଛି ବିଜେପି ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ ।  ଜବାବରେ ବିଜେପି କହିଛି   ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।
ଗାଁ ଦାଣ୍ଡରେ ଆଣ୍ଠେଇବା ଓ ଘାସ ଖୁଆଇବା ସହ   ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିବା ଭଳି ଅମାନୁଷିକ ଘଟଣାରେ  ନ୍ୟାୟ ଦାବି କରିଛି ଦଳିତ ସମାଜ l  ଏନେଇ କାଲି ଗାଁରେ ବୈଠକ ପରେ ଆଜି ଦଳିତ ମହାସଭାର ପ୍ରତିନିଧି ଦଳ ଗଞ୍ଜାମ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।  ଘଟଣାକୁ ଗୁରୁତର ସହ ନେଇ ଦଳିତ ପରିବାରଙ୍କୁ ସାମାଜିକ ସୁରକ୍ଷା ଦେବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେପଟେ ଏହି ଘଟଣାରେ ଓଡ଼ିଶା ମୂଳ ନିବାସୀ ୟୁନାଇଟେଡ ଫୋରମ୍ ସଦସ୍ୟମାନେ ମଧ୍ୟ ଦଳିତ ପରିବାରଙ୍କ ସହ ଆଲୋଚନା କରିବା ସହ ନ୍ୟାୟ ପାଇଁ  ହାଇକୋର୍ଟ ଓ ମାନବ ଅଧିକାର କମିଶନ ପାଖରେ ଫେରାଦ ହେବେ ବୋଲି କହିଛନ୍ତି  l 
ସେପଟେ ଦଳିତଙ୍କ ଉପରେ ଅତ୍ୟାଚାର ଘଟଣାକୁ ଜାତୀୟ ପ୍ରସଙ୍ଗ କରିଛି କଂଗ୍ରେସ । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୃଢ ନିନ୍ଦା କରିଥିବା ବେଳେ ଆଜି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । କହିଛନ୍ତି ବିଜେପି ଶାସିତ ରାଜ୍ୟ ଗୁଡିକରେ ଏପରି ଘଟଣା ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ । କଂଗ୍ରେସର ପକ୍ଷରୁ ଗଠିତ  ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦଳିତ ପରିବାରଙ୍କ ପାଖରେ ପହଞ୍ଚିବା ସହ ଦଳିତ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧରେ  ନ୍ୟାୟ ଦାବି କରିଛି।  ବିଜେଡି କହିଛି   ବିଜେପି ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ । 

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ । ବିଜେପି କହିଛି କଂଗ୍ରେସ ଦଳିତଙ୍କୁ ନେଇ ରାଜନୀତି କରି ସରକାରକୁ ଆସେ। କିନ୍ତୁ ଦଳିତ ଏବେ ଆଉ ତାଙ୍କୁ ଗ୍ରହଣ କରୁନାହାନ୍ତି । ବିଜେଡି ସରକାର ସମୟରେ ମଧ୍ୟ ଦଳିତଙ୍କ ଉପରେ ଜୁଲମ ହୋଇଛି । ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଗତ ରବିବାର ଗଞ୍ଜାମ ଜିଲ୍ଲା ଧରାକୋଟର ଖାରିଗୁମ୍ମା ଗାଁରେ ସିଙ୍ଗିପୁର ଗ୍ରାମର ଦୁଇ ଦଳିତ ଯୁବକଙ୍କୁ ଗୋ-ରକ୍ଷକ ସଙ୍ଘଠନ ନାଁରେ   କିଛି ବ୍ୟକ୍ତି ମାଡ଼ ମାରିବା ସହ ଅଧା ଲଣ୍ଡା କରିବା ସହ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ଏଥି ସହ ସେମାନଙ୍କୁ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ  |

  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ