ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ; ବିଶ୍ବହିନ୍ଦୁ ପରିଷଦ ନେତା ଭବାନୀ ଶଙ୍କର ଦାସ ସମେତ ୨ ମହିଳା ଗିରଫ

Spread the love


ଜେଏମଜେ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ସହରରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶ୍ବହିନ୍ଦୁ ପରିଷଦ ନେତା ତଥା ବାଜପେୟୀ ଆରୋଗ୍ୟଧାମ ନାମକ ଏକ ଘରୋଇ କ୍ଲିନିକ ଚଳାଉଥିବା ଡାକ୍ତର ଭବାନୀ ଶଙ୍କର ଦାସ ନାବାଳିକାଙ୍କୁ ବଳତ୍କାର କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ।
ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏଭଳି ଏକ ଅଭିଯୋଗ ଆସିବା ପରେ ପୋଲିସ କେସ ନମ୍ବର ୩୧୪ ତାରିଖ ୨୩.୦୬.୨୦୨୫ ଧାରା ୧୨୩/୬୪(୨)(ସି)/୩୫୧(୩) ବିଏନଏସ୍ ଧାରା ୬ ପକ୍ସୋ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିଲା। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୋସ୍କୋ ଆକ୍ଟରେ ନକଲି ଡାକ୍ତର ଭବାନୀ ଶଙ୍କର ଦାସ ଏବଂ ଦୁଇ ଜଣ ମହିଳା ସହଯୋଗୀକୁ ଗିରଫ କରିଛି ପୋଲିସ । ସେପଟେ ପୀଡିତା ନାବାଳିକା ସମେତ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କରି ଫେରିଛି।

ସୂଚନା ଯୋଗ୍ୟ; ନାବାଳିକାଙ୍କ ପରିବାର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ଗିରଫ ବିଶ୍ବ ହିନ୍ଦୁ ପରିଷଦ ନେତା ଡାକ୍ତର ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ବିଶ୍ବ ହିନ୍ଦୁ ପରିଷଦ ନେତା ଭବାନୀ ଦାଶ ବାଜପେୟୀ ଆରୋଗ୍ୟମ ନାମରେ ଏକ ହସ୍ପିଟାଲର ମାଲିକ ଅଟନ୍ତି । ଦୁଃଖୀ, ନିରାଶୟ ଓ ଗରିବ ରୋଗୀମାନଙ୍କୁ ସେ ଖୁବ ଶସ୍ତାରେ ବା ମାଗଣାରେ ଚିକିତ୍ସା କରନ୍ତି ବୋଲି ତାଙ୍କ ସମର୍ଥକ କହିଥାନ୍ତି। ତେବେ ଏହି ପୀଡିତା ନାବାଳିକା ଜଣକ ଜଣେ ଅଙ୍ଗନଓ୍ୱାଡି କର୍ମୀଙ୍କ ଜରିଆରେ ଭବାନୀ ଦାଶଙ୍କ ସଂମ୍ପର୍କରେ ଆସିଥିଲେ।

ଡାକ୍ତର ଭବାନୀ ଶଙ୍କର ଦାସ ଗରିବ ଏବଂ ଅବହେଳିତ ଝିଅ ଓ ମହିଳାଙ୍କୁ ମାଗଣାରେ ରହିବା ଓ ପଢ଼ିବାର ସୁବିଧା ଉପଲବ୍ଧ କରାନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ ଜଣକ ପୀଡ଼ିତାଙ୍କ ମାଆଙ୍କୁ କହିଥିଲେ। ପୀଡ଼ିତାଙ୍କୁ ମାଗଣା ରହିବା ଓ ପାଠପଢ଼ିବାର ବ୍ୟବସ୍ଥା ସହିତ ବିଏସ୍‌ସି ନର୍ସିଂ ଡିଗ୍ରୀ କରାଇଦେବାର ପ୍ରତିଶ୍ରୁତି ଦେବା ପରେ ଭବାନୀଙ୍କ କଥାରେ ବିଶ୍ୱାସ କରି ପୀଡ଼ିତାଙ୍କୁ ତାଙ୍କ ମାଆ ଭବାନୀଙ୍କ କ୍ଲିନିକ୍‌ରେ ଛାଡ଼ିବାକୁ ରାଜି ହୋଇଥିଲେ।

ଏହାପରେ ପୀଡ଼ିତା, ପୀଡ଼ିତାଙ୍କ ମାଆ ଓ ଭଉଣୀ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋର୍ଟପେଟା ଛକ ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଥିବା ବାଜପେୟୀ ଆରୋଗ୍ୟ ଧାମରେ ପହଞ୍ଚି ଅଭିଯୁକ୍ତ ଭବାନୀକୁ ସାକ୍ଷାତ କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବିଏସସି ନର୍ସିଂ ଡିଗ୍ରୀ ସହ ସମସ୍ତ ସୁବିଧା ଦେବା ପାଇଁ ତାଙ୍କ ପରିବାରକୁ କହିଥିଲେ ।

ଏହାପରେ ୨୩ ତାରିଖରେ ବାଜପେୟୀ ଆରୋଗ୍ୟ ଧାମରେ ନାମ ଲେଖାଇବା ପାଇଁ ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ । ସନ୍ଧ୍ୟା ୫ଟା ସମୟରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ସେଠାରେ ଛାଡ଼ି ଚାଲିଯାଇଥିଲେ । ସନ୍ଧ୍ୟା ୭ଟାରେ ଭବାନୀ ପୀଡ଼ିତାଙ୍କୁ ସେହି ପାଖରେ ଥିବା ରାଜା ରାଣୀ ଆପାର୍ଟମେଣ୍ଟକୁ ନେଇ ଯାଇଥିଲେ । ସେହି ରୁମରେ ଜଣେ ଯୁବତୀ ତଥା ଭବାନୀଙ୍କ ସହଯୋଗୀ ପାଣିରେ ନିଶା ମିଶାଇ କୁଆଡ଼େ ପୀଡ଼ିତାଙ୍କୁ ପିଇବାକୁ ଦେଇଥିଲେ । ପୀଡ଼ିତା ସେହି ପାଣି ପିଇବା ପରେ ଦୁର୍ବଳ ସହ କଥା ନ କହି ପାରି ଅସ୍ଥିର ହୋଇପଡିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଭବାନୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ନିଜ ପୀଡ଼ିତା ପରିବାରକୁ ଜଣାଇବା ପରେ ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 72 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ