ବ୍ୟାଗ ବଣ୍ଟନ ନାଁରେ ଖାଇଗଲେ କୋଟି କୋଟି !

Spread the love

ଜେଏମଜେ ବ୍ୟୁରୋ : ସରକାର ସମୟରେ ରାସନକାର୍ଡଧାରୀଙ୍କୁ ବଂଟାଯାଇଥିବା ଝୋଟ ବ୍ୟାଗ ବଂଟନରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ନୂଆ ସରକାର । ଏହି ବ୍ୟାଗ ବଂଟନରେ ଖର୍ଚ୍ଚ ହୋଇଛି ୨୪୮ କୋଟି । ବିଧାନସଭାରେ ଏହାକୁ ନେଇ ଆଜି ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି ।
ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ ପୂର୍ବ ବିଜେଡି ସରକାର ।

ବ୍ୟାଗରେ ଆମ ଓଡ଼ିଶା ନବୀନ ଓଡିଶା ଲେଖାଥିଲା । ଓଡ଼ିଶା ଶାସନ ଲୋଗୋ ସହ ଫାଇଭ-ଟି ଲୋଗୋ ରହିଥିଲା । କିନ୍ତୁ ଏହି ବ୍ୟାଗ୍ ପାଇଁ ଯେତେ ଟଙ୍କ ଖର୍ଚ୍ଚ ହୋଇଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୮ କୋଟି ଟଙ୍କା।

ବିଧାନସଭାରେ ଝୋଟ ବ୍ୟାଗ୍ ସମ୍ବନ୍ଧରେ ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ପ୍ରତ୍ୟେକ ପରିବାର ପିଛା ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିବା ପାଇଁ ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁଥିରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ନିଜେ ମନ୍ତ୍ରୀ । ଏହାର ତଦନ୍ତ ହେବ ବୋଲି ମଧ୍ୟ କହିଛନ୍ତି ।

ବିଧାନସଭାରେ ବ୍ୟାଗକୁ ନେଇ ହଂଗାମା ପରେ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ବ୍ୟାଗ ବଣ୍ଟନ ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ କିଏ ଦେଇଥିଲେ ନିର୍ଦ୍ଦେଶ ? ବ୍ୟାଗ୍ ବଣ୍ଟାରେ କେତେ କୋଟି ଟଙ୍କା ଦୁର୍ନୀତି ହୋଇଛି ? ମୁଖ୍ୟ କାର୍ପଟଦାରଙ୍କୁ ଧରିପାରିବେ ତ ମୋହନ ସରକାର ?

  • Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 36 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 78 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    • By jmjnewso
    • September 17, 2026
    • 24 views
    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 30 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 33 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 80 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ