ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ: ନବୀନ

Spread the love

ଜେଜମଜେ ବ୍ୟୁରୋ :
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ ଟିମ୍‌ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ନବୀନ ପଟ୍ଟନାୟକ ଏପରି କହିଛନ୍ତି ।
ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ପଞ୍ଚୟତ ସମେତ କାଲିମେଳା ଓ ପଡିଆ ବ୍ଲକର ୨୩୬ଟି ଗାଁର ଲୋକେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ବାସସ୍ଥାନ ସହ ଜୀବିକା ଉଜୁଡି ଯିବ । ମାଲକାନଗିରିରେ ଅଧିକ ବର୍ଷା ହେଉଥିବାରୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି । ଆଦିବାସୀ ଭାଇ ଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।
ଏହି ସମୟରେ ପୋଲାଭରମ ଟିମର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝୀନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

  • Related Posts

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ…

    ପୋଲିସକୁ ଚାପୁଡ଼ା ମାରି ଥାଆନ୍ତି: ବିଧାୟିକା

    Spread the love

    Spread the loveଜେଏମଜେ ବ୍ୟୁରୋ : ପୋଲିସକୁ ଚାପୁଡ଼ା ମାରି ଥାଆନ୍ତି: ବିଧାୟିକା -ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ନର୍ଲା ବିଧାୟିକା ମନୋରମା ମହାନ୍ତି-ଭୁବନେଶ୍ବର ସରକାରୀ କ୍ୱାର୍ଟର୍ସରେ କେସିଙ୍ଗା ପୋଲିସ ପଶିଥିବାରୁ ବର୍ଷିଲେ-ବିନା ସୂଚନାରେ ପୋଲିସ କ୍ୱାର୍ଟର୍ସକୁ କାହିଁକି ଆସିଲା ପଚାରିଲେ-ସହାୟିକା…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି