ଧରାକୋଟରେ ୨ ଦଳିତଙ୍କୁ ନିର୍ଯାତନା ମାମଲା; ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

Spread the love

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟର ସିଙ୍ଗିପୁର ଗାଁର ୨ଜଣ ଦଳିତଙ୍କୁ ନିର୍ଯାତନା ମାମଲାରେ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଗୋ-ରକ୍ଷକ ନାଁରେ କିଛି ଲୋକ ଗୁଣ୍ଡାଗର୍ଦି କରୁଛନ୍ତି । ଦଳିତଙ୍କ ଉପର ଜୋର ଜବରଦସ୍ତ ଅତ୍ୟାଚାର କରୁଛନ୍ତି । ଏଥିପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଧରାକୋଟ ଘଟଣାରେ ଦୁଇ ଦଳିତଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି ।

ଅଭିଯୁକ୍ତମାନେ ପୀଡ଼ିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ୨ଜଣଙ୍କ ଚୁଳ କାଟି ଘାସ ଖୁଆଇଥିଲେ । ଏହି ଘଟଣାରେ ପରେ ଦୁଇ ପୀଡିତ ଘରୁ ବାହିରି ପାରୁନାହାନ୍ତି । ସେମାନେ ଯଦି କୌଣସି ଚରମ ନିଷ୍ପତ୍ତି ନିଅନ୍ତି ସେଥିପାଇଁ ସରକାର ଦାୟୀ ରହିବେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ରାଜେଶ ସାମଲକୁ ଏଯାଏଁ ଗିରଫ ହୋଇନାହାନ୍ତି । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ସହିତ ତାଙ୍କର ଫଟୋ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି, ତାଙ୍କୁ ଶୀଘ୍ର ଗିରଫ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ପିସିସି ତଥ୍ୟ ଅନୁଧ୍ୟାନ କମିଟି ଅଧକ୍ଷ ରାମଚନ୍ଦ୍ର କାଡାମ କହିଛନ୍ତି ।

ଦଳିତଙ୍କୁ ଏଭଳି ନିର୍ମମ ଅତ୍ୟାଚାର ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର କହିଛନ୍ତି । ପୀଡିତ ବାବୁଲା ନାୟକ ଏ ଯାଏ ବିଛଣାରୁ ଉଠି ପାରୁନାହାନ୍ତି। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସମବେଦନା ଟିକିଏ ଜଣାଇନାହାନ୍ତି । ବୁଲୁ ନିଜ ଝିଅ ବାହାଘରରେ ଗୋ-ଦାନ କରିବାକୁ ନେଉଥିବା ବେଳେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଛି। ଆଜି ଦଳିତ, ଆଦିବାସୀ ନିଷ୍ପେସିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ତେଣୁ ଦୁଇ ପୀଡ଼ିତଙ୍କୁ ରାଜ୍ୟ ସରକାର ଦଶ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଦାବି କରି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ, ସୁବର୍ଣ୍ଣ ନାୟକ, ତିଳେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ

  • jmjnewso

    Related Posts

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ…

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!