ମନ୍ତ୍ରୀ ନଥିବା ଜିଲାର ବିଧାୟକ ପାଇବେ ମନ୍ତ୍ରୀ!

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶାର ପ୍ରାୟ ଅଧା ଜିଲାରୁ ପ୍ରତିନିଧିତ୍ୱ ରାଜ୍ୟ ମନ୍ତ୍ରିମଣ୍ଡଳରେ ନାହିଁ। ମନ୍ତ୍ରୀ ନଥିବା ଜିଲାର ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି। ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ମାଗିଛନ୍ତି।
ରିପୋର୍ଟ କାର୍ଡ ଆଧାରରେ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ ହେବ। କିଛି ନୂଆ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବା ଲାଗି ଯୋଜନା ରହିଛି। କିଛି ଜିଲାରୁ ଦୁଇଜଣ ମନ୍ତ୍ରିପଦ ପାଇଥିବାବେଳେ କେତେକ ଜିଲା ବଞ୍ଚିତ ରହିଛି। ୨୧ଟି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧି ବଛାଯିବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାଳରେ ପଛୁଆ ବର୍ଗ, ମହିଳା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ୱ ମିଳିପାରେ।

ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ତଥା ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ପ୍ରତିନିଧିଙ୍କୁ ହିସାବକୁ ନେଲେ ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ବଲାଙ୍ଗିର, ସମ୍ବଲପୁର, କୋରାପୁଟ, ଯାଜପୁର, ପୁରୀ, ଜଗତସିଂହପୁର, ନୟାଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲାରୁ ବିଧାୟକ ସ୍ଥାନ ପାଇଛନ୍ତି। କଟକ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଦେବଗଡ଼, ଅନୁଗୋଳ, ସୁବର୍ଣ୍ଣପୁର, କଳାହାଣ୍ଡି, ମାଲକାନଗିରି, ବରଗଡ଼, ନୂଆପଡ଼ା, ଗଜପତି, ରାୟଗଡ଼ା ଆଦି ଜିଲାରୁ କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ନାହାନ୍ତି। ମନ୍ତ୍ରିମଣ୍ଡଳରେ ଯେଉଁ ୧୬ଜଣ ମନ୍ତ୍ରୀ ଅଛନ୍ତି ସେମାନଙ୍କ ଭିତରୁ କେବଳ କନକବର୍ଦ୍ଧନ ସିଂହଦେଓଙ୍କର ପୂର୍ବରୁ ମନ୍ତ୍ରୀ ଭାବେ ଅଭିଜ୍ଞତା ଥିବାବେଳେ ଅନ୍ୟ ୧୫ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀ ହୋଇଛନ୍ତି। ପ୍ରଚଳ ପରମ୍ପରା ଅନୁଯାୟୀ ବିଧାନସଭା ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିପାରିବେ। ଅବଶ୍ୟ ଏହି ପ୍ରଥାକୁ ପୂର୍ବରୁ ଅନେକବାର ଉଲ୍ଲଙ୍ଘନ କରାଯାଇଛି। ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ଜଣ ପର୍ଯ୍ୟନ୍ତ ନିୟମାନୁଯାୟୀ ମନ୍ତ୍ରିମଣ୍ଡଳରେ ରହିବା କଥା। ୨୦୨୪, ଜୁନ୍‌ ୧୨ରେ ନୂଆ ସରକାର ଶପଥ ପାଠ ନେଇଥିବା ବେଳେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେଡି ଓ କଂଗ୍ରେସଠାରୁ ଯେଉଁମାନେ ବିଜେପିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ। ଏହାଛଡ଼ା ଯେଉଁ ୩ ସ୍ବାଧୀନ ବିଧାୟକ ସରକାରକୁ ସମର୍ଥନ ଦେଉଛନ୍ତି, ଅତୀତରେ ସେମାନେ ବିଜେପି ସହ ଯୋଡ଼ି ହୋଇଥିଲେ। ଦଳରୁ ଟିକଟ ନମିଳିବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ ସରକାରକୁ ସମର୍ଥନ କରିଥିବାରୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା ରଖିଛନ୍ତି। ବିଜେପି ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛି। ମନ୍ତ୍ରୀ ପରିଷଦରେ ଜଣେ ମାତ୍ର ମହିଳା ଅଛନ୍ତି। ଆଗକୁ ସମ୍ପ୍ରସାରଣବେଳେ ମହିଳା ବିଧାୟକଙ୍କୁ ପ୍ରତିନିଧିତ୍ୱ ମିଳିପାରେ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 20 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ