ବାଲିଚ୍ଛାଇ ସରପଞ୍ଚ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ୱାର୍ଡ ମେମ୍ବର, ଜୁଲାଇ ୧୧ରେ ଭୋଟିଂ ହେବା ନିଷ୍ପତ୍ତି.

Spread the love

ଜେଏମଜେ ବ୍ୟୁରୋ : ପୋଲସରା ବ୍ଲକ ଅନ୍ତର୍ଗତ ବାଳିଚ୍ଛାଇ ଗ୍ରାମ ପଞ୍ଚାୟତର ରାଜନୀତିରେ ଭିନ୍ନ ମୋଡ଼ ଆସିଛି। ରାଜନୈତିକ ଉଷ୍ମତା ଚଳଚଞ୍ଚଳ ହୋଇ ଉଠିଛି । ଉକ୍ତ ପଞ୍ଚାୟତଟି ୧୧ ୱାର୍ଡ ବିଶିଷ୍ଟ ରହିଛି । ଚଳିତ ନିର୍ବାଚନରେ ସରପଞ୍ଚ ସିଲୁ ବେହେରା, ସମିତି ସଭ୍ୟ ବିଘ୍ନେଶ୍ୱର ବେହେରା ଭାବେ ନିର୍ବାଚିତ ହୋଇଥିଲେ । ଗତ ପଂଚାୟତ ନିର୍ବାଚନ ସମୟରେ ସେତେବେଳର ବିଜେଡି ନେତା ଜଗନ୍ନାଥ ବାଢେଇ ସମସ୍ତ ଖର୍ଚ୍ଚ ବାହାନା କରି ସରପଞ୍ଚ ପାର୍ଥି ସହ ୱାର୍ଡ ମେମ୍ବର ମାନଙ୍କୁ ମୁଖ୍ୟ ଭୂମିକା ନେଇ ଜିତାଇଥିଲେ ।
ସେତେବେଳେ ସରପଞ୍ଚ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ସମିତି ସଭ୍ୟ ଭାରତୀୟ ଜନତା ପାର୍ଟି ସମର୍ଥିତ ଥିଲେ । ଇତି ମଧ୍ୟରେ ୯ ଜଣ ୱାର୍ଡ ମେମ୍ବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭେଟି ନିଜର ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିରେ ୨୧ ତାରିଖରେ ଯୋଗ ଦେଇଥିବା ଜଣାଯାଇଛି।

ଅନ୍ୟ ପକ୍ଷରେ ଗତ ୨୧ ତାରିଖ ଦିନ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିବା ନେତା ଜଗନ୍ନାଥ ବାଡେଇଙ୍କ ନେତୃତ୍ବରେ ୯ ଜଣ ୱାର୍ଡ ମେମ୍ବର ସରପଞ୍ଚ ଶିଲୁ ବେହେରାଙ୍କୁ ହଟାଇବା ପାଇଁ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳଙ୍କ ନିକଟରେ ସରପଞ୍ଚଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ପାତ୍ର, କୁମାରୀ ବେହେରା, କ୍ରିଷ୍ଣା ସ୍ବାଇଁ, ରବିନା ବିଷୋୟୀ, ଝୁଲି ସାହୁ, ଗୀତା ସାହୁ, ପର୍ଶୁରାମ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଝୁନଝୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁ ଜଗନ୍ନାଥ ବାଢେଇ ବିଜେଡିରେ ଥିବାବେଳେ ସରପଞ୍ଚ ସିଲୁ ବେହେରାଙ୍କୁ ଜିତାଇ ଆଣିଥିଲେ । ବର୍ତମାନ ସେହି ଜଗନ୍ନାଥ ବାଢେଇ ବିଜେପିରେ ସାମିଲ ହେବା ପରେ ସିଲୁ ବେହେରାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ସୂଚନା ଥାଉକି ଆସନ୍ତା ୧୧ ତାରିଖରେ ଭୋଟ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି।

  • jmjnewso

    Related Posts

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    ବିଜେଡି ଓ କଂଗ୍ରେସର ସଭ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…