କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Spread the love


ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ ସରକାର କ୍ଷମା କରିବେ ନାହିଁ। ଆକ୍ରମଣକାରୀଙ୍କ ଭିତରୁ ୩ ଜଣଙ୍କୁ ଗିରଫ କରାଯାଇଛି।

ଆଇନ ଅନୁଯାୟୀ ସେମାନେ ଦଣ୍ଡିତ ହେବେ। ବିଜେପି ଏକ ନୀତି ଆଦର୍ଶର ପାର୍ଟି। ସେମାନେ ବିଜେପି କର୍ମୀ ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ। ସେମାନଙ୍କ ଭିତରେ ଜଣେ କର୍ପୋରେଟର ଅଛନ୍ତି। ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ। ତଦନ୍ତରେ କୌଣସି ପ୍ରକାର ଢିଲା କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର କେବେ କୌଣସି ଦୋଷୀଙ୍କୁ ଛାଡି ନାହାନ୍ତି। ଆଜି ସଂଗେ ସଂଗେ ୩ ଜଣଙ୍କୁ ଗିରଫ କରାଯାଇଛି।

ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ କାର୍ଯ୍ୟରେ ବ୍ୟାଘାତ କରିବା ଠିକ୍ ନୁହେଁ। ବିଜେଡି ରାଜନୈତିକ ଉଦ୍ଦେଶ୍ୟ ନେଇ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି। କିନ୍ତୁ ବିଗତ ସରକାରକୁ ଆପଣ ଦେଖିଛନ୍ତି। ଆଉ ଏବେ ସରକାରକୁ ଆପଣ ଦେଖୁଛନ୍ତି। ଏତଲା ଦେବାର ଘଂଟାଏ ଭିତରେ ଦୋଷୀଙ୍କୁ ଗିରଫ କରିଛନ୍ତି। ପୁଲିସ ନିୟମ ଅନୁଯାୟୀ କାମ କରୁଛନ୍ତି।

ଯେଉଁମାନେ ଚାକିରୀ କରୁଛନ୍ତି ସେମାନେ ମଧ୍ୟ ନିଷ୍ଠାର ସହ କାମ କରୁଛନ୍ତି। ସେମାନଙ୍କ ସମ୍ମାନ ଓ ତାଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ। ସରକାର ସେ ଉପରେ ସଜାଗ ଅଛନ୍ତି। ଏ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 3 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ