ଭଉଣୀକୁ ବଳାତ୍କାର କଲେ ଭାଇ: ଅଭିଯୋଗ ପରେ ବଳତ୍କାରୀ ଗିରଫ.

Spread the love

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ସବ ଡିଭିଜାଲ ଅଧୀନରେ ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି। ଏହାକୁ ନେଇ ପୋଲିସ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି l ଗତ ଏକ ମାସ ମଧ୍ୟ୍ୟରେ ଗୋଳନ୍ଥରା ଓ ଗୋପାଳପୁର ଥାନା ଅଞ୍ଚଳରେ ଗଣବଳାତ୍କାର ଘଟଣା ସାରା ରାଜ୍ୟରେ ହାଇଚଇ ହୋଇଥିଲା l ପୁଣି ଏକ ଲଜ୍ୟା ଘଟଣା ଦେଖିବାକୁ ମିଳିଛି l ଗୋଳନ୍ଥରା ଥାନା ଅଞ୍ଚଳ ଏକ ଛାତ୍ରୀଙ୍କୁ ଗୋଡ଼ ହାତ ବାନ୍ଧି ପାଇଖାନାରେ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି l ଏହି ଘଟଣା ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣ ହେଲେ ଭୁବନା ପ୍ରଧାନ (୧୯) ବୋଲି ସୂଚନା ମିଳିଛି l ଖବର ଅନୁସାରେ ଗତ ୨୮ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳ ୭ ଶ୍ରେଣୀ ଛାତ୍ରୀ ଜଣକ ମାଉସୀ ଘର ବାରିପଟକୁ ପିଜୁଳି ଖାଇବାକୁ ଯାଇଥିଲେ।

ସେହି ଗ୍ରାମର ସମ୍ପର୍କୀୟ ଭାଇ ଭୁବନା ପ୍ରଧାନ ଛାତ୍ରୀଙ୍କୁ ଟାଣି ଟାଣି ନେଇ ନିକଟରେ ବିଦ୍ୟାଳୟର ପାଇଖାନାରେ ହାତଗୋଡ଼ ବାନ୍ଧି ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଛାତ୍ରୀଙ୍କୁ ଭୁବନା ଧମକଚମକ ଦେଇଥିଲେ l କିନ୍ତୁ ନିଜ ମା’ଙ୍କୁ ଛାତ୍ରୀ ଜଣକ କହିଥିଲେ।

ସୋମବାର ପୀଡ଼ିତ ମା’ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନା କେଶ ନ ୨୮୦/୨୫ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀମାଇନା କରିଥିବା ସୂଚନା ମିଳିଛି। ସନ୍ଧ୍ୟାରେ ଅଭିଯୁକ୍ତ ଭୁବନାଙ୍କୁ ଗ୍ରାମରୁ ଉଠାଇ ନେଇ ଥାନା ଅଟକ ରଖି ପଚରାଉଚରା କରି ମଙ୍ଗଳବାର ସକାଳେ ଗିରଫ କରି ଡାକ୍ତରୀମାଇନା କରି ସନ୍ଧ୍ୟାରେ କୋର୍ଟଚାଲାଣ କରାଯିବା ସୂଚନା ମିଳିଛି l

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 2 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ