ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ: ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌.

Spread the love

ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ ଚାଲିଛି।
ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଥିବା ଦୟାନିଧିଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି।

ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀ ବାଗଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ଫ୍ଲାଟ (ଫ୍ଲାଟ ନଂ. ୧-ଡି)। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର (ନଂ. ଏଲଆଇଜି ୧୦/୬), ଭୁବନେଶ୍ୱରସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ ବାଗଙ୍କ ଅଫିସ ଚାମ୍ବର। ନବରଙ୍ଗପୁର ଜିଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଏକ ନିର୍ମାଣାଧୀନ ବିଲଡିଂ। ନବରଙ୍ଗପୁର ଜିଲା, ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଡିଂ। ନବରଙ୍ଗପୁର ଜିଲା ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଅନ୍ୟ ଏକ ବିଲଡିଂ।

  • jmjnewso

    Related Posts

    ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;

    Spread the love

    Spread the loveରାଉରକେଲା: ଜେଏମଜେ ନ୍ୟୁଜ : ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ।…

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    Spread the love

    Spread the loveବାଲିଗୁଡା : ଜେଏମଜେ ନ୍ୟୁଜ : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର