ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି

Spread the love

ଜେଏମଜେ ବ୍ୟୁରୋ : ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ବଡ଼ ବୟାନ ଦେଇ ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି। ଗତ ନିର୍ବାଚନ ବେଳେ ଘୋଷଣା କରିଛି MP,MLA ପାଇଁ ଲଢ଼ିବି ନାହିଁ।କେନ୍ଦ୍ରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି।

ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ ୫ ବର୍ଷ ପରେ ପୁଣି ସୁଯୋଗ ମିଳିଛି। ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି। ଲୋକ ସଭା ଆସନରୁ କ୍ରମାଗତ ବିଜୟୀ ହୋଇଆସୁଥିବା ଜୁଏଲଙ୍କୁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମିଳି ନ ଥିଲା। ସେହି ସମୟରେ ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଜୁଏଲ ୧୯୯୮ରେ ପ୍ରଥମ କରି ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦ୍ୱାରା ନୂଆକରି ଗଢ଼ା ଯାଇଥିବା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୨୦୦୪ରେ ସେ ତୃତୀୟ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ହାରିଯାଇଥିଲେ। ୨୦୧୪, ୨୦୧୯ ଏବଂ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 22 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 29 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 28 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ