ସୁସ୍ଥ ହୋଇ ଫେରିଲେ ନବୀନ

Spread the love

ଜେଏମଜେ ବ୍ୟୁରୋ : ୨୨ ଦିନ ପରେ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ସେ ଶନିବାର ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି।ବିମାନ ବନ୍ଦର ଠୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାମାନେ ଦଳର ସଭାପତିଙ୍କୁ ସ୍ବାଗତ କରିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିଜ ସମର୍ଥକଙ୍କୁ ଧରି ରାଜଧାନୀକୁ ଦଳର ନେତାମାନେ ଆସିଛନ୍ତି ।

ଗତ ଜୁନ୍ ୨୦ ତାରିଖରେ ଚିକିତ୍ସା ପାଇଁ ନବୀନ ମୁମ୍ବାଇ ଯାଇଥିଲେ। ଜୁନ୍ ୨୨ ତାରିଖରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଥିଲା। ଜୁଲାଇ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୁମ୍ବାଇ ସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍‌ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।

ନବୀନ ପଟ୍ଟନାୟକଙ୍କ ନିଜର ଅସୁସ୍ଥତା ସଂପର୍କରେ ସାମାଜିକ ଗଣମାଧ୍ୟମରେ ଟୁଇଟ୍‌ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ଏନେଇ ଚିନ୍ତାପ୍ରକଟ କରିଥିଲେ। ନବୀନ ପଟ୍ଟନାୟକ ଶୀଘ୍ର ସୁସ୍ଥ ‌ହୋଇ ଫେରି ଆସନ୍ତୁ ବୋଲି କହିଥିଲେ। ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଥିଲେ।

ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ପୂଜାର୍ଚ୍ଚନା କରିଥିଲେ। ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 23 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 29 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 31 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 26 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 12 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ