ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି ! ଚିତ୍ର ଏବେ ବି ଅସ୍ପଷ୍ଟ!

Spread the love

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟଡାଉନ । ୯ ତାରିଖରେ ହେବ ଭୋଟଗ୍ରହଣ। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଅଛନ୍ତି । ହେଲେ ସମସ୍ତଙ୍କର ଆଖି ବିଜେଡି ଉପରେ । 

ପ୍ରାର୍ଥୀ ଘୋଷଣା ପରେ ଏଯାଏଁ ସମର୍ଥନ କାର୍ଡ ଖୋଲିନାହାନ୍ତି ବିଜେଡି ସୁପ୍ରିମୋ । ହେଲେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ପୂର୍ବ ଆଭିମୁଖ୍ୟକୁ ଦେଖିଲେ ଚର୍ଚ୍ଚା ହେଉଛି, ବିଜେଡି ଏନଡିଏ ପ୍ରାର୍ଥୀଙ୍କ ଆଡ଼କୁ ଢଳିପାରେ । 

ଉପରାଷ୍ଟ୍ରପତି ନିର୍ବାଚନକୁ ସପ୍ତାହେରୁ କମ୍‌ ସମୟ ରହିଛି । ହେଲେ ଏବେଯାଏଁ ଦଳୀୟ ସାଂସଦଙ୍କୁ ଏକାଠି କରିନାହାନ୍ତି କି ବିଜେଡିର ସ୍ପଷ୍ଟ ଆଭିମୁଖ୍ୟ କଣ ରହିବ ତାହା ଜଣାଇନାହାନ୍ତି ନବୀନ । ୱାକଫରେ ଯେମିତି ସଂସଦୀୟ ଦଳ ଦୁଇଭାଗ ହୋଇଯାଇଥିଲା ତାହାର ପୁନରାବୃତ୍ତି ନହେଉ ବୋଲି ଚାହୁଛନ୍ତି ଦଳର ଶୀର୍ଷ ନେତୃତ୍ବ । ଅନ୍ୟପଟେ ଦଳୀୟ ସାଂସଦ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନେବେ ନବୀନ । 

ଗତ ୩ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ଅନେକ ସମୟରେ ଚକିତ କରିଛି । ୨୦୧୨ରେ ଭୋଟଦାନରୁ ବିରତ ରହିଥିଲା ଦଳ । ୨୦୧୭ରେ ଏନଡିଏ ବିରୋଧରେ ଯାଇଥିଲା ବିଜେଡି । ୨୦୨୨ରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭୋଟ୍‌ ଦେଇଥିଲା ବିଜେଡି । ହେଲେ ଏବେ ରାଜନୈତିକ ସ୍ଥିତି ଓ ପରିବେଶ ବିଜେଡି ପାଇଁ ଭିନ୍ନ ରହିଛି । 

  • jmjnewso

    Related Posts

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 24 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 20 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 29 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ