ରାୟଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ।

Spread the love

ରାୟଗଡ଼ (ଜେଏମଜେ ନ୍ୟୁଜ): ରାୟଗଡ଼ ସହର ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ ଶାଖାର ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି ଉପ ସଭାପତି ଏନ ପ୍ରଭାକର, ଷ୍ଟ୍ରିଁଙ୍ଗ କମିଟି ଅଧ୍ୟକ୍ଷ ଦୁର୍ଯ୍ୟଧନ ନାୟକ, ଗଜପତି ସଭାପତି ନିରଞ୍ଜନ ସ୍ୱାଇଁ, କଟକରୁ ଆସିଥିବା ସଂପାଦକ ଅରୁଣ ବିଶ୍ଵାଳ, ଅଶ୍ଵିନୀ ପଣ୍ଡା, ଅରୁଣ କୁମାର ଦାସ, ଉପଦେଷ୍ଟା ତଥା ନିର୍ବାଚନ ନିରୀକ୍ଷକ ଶରତ ଚନ୍ଦ୍ର ଆନନ୍ଦ, ରାୟଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ସୁଧୀର କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅଧିକାରୀ ମାନେ ସଂଘ ପରିଚାଳନା ଏବଂ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। ଏହି ପରିପେକ୍ଷୀରେ ରାୟଗଡ଼ ରାଜସ୍ଵ କ୍ଷେତ୍ରର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ ହୋଇଥିଲେ। ବେଲେଟ ପେପର ମାଧ୍ୟମରେ ଭୋଟିଂ ହୋଇଥିଲା। ଆର ଆଇ ଅଫିସ, ନେଟ ସମସ୍ୟା, ମୋବାଇଲ ବିଲ୍, ଲାପଟପ୍ ପ୍ରଦାନ କରାଯାଉ, ଗ୍ରେଡ୍ ପେ, ପଦ ଉନ୍ନତି ଭଳି ବିଷୟ ଗୁଡ଼ିକୁ ଆଖି ଆଗରେ ରଖି ନୂତନ କର୍ମକର୍ତ୍ତା ଚୟନ କରିଥିଲେ।


ସଂଘରେ ଥିବା ସମସ୍ତ ସଦସ୍ୟ ରାୟଗଡ଼ ଶାଖା ପାଇଁ ସଭାପତି ଭାବରେ ମନୋଜ କୁମାର ଶବର, ଉପ ସଭାପତି ଭାବରେ ଧରଣି ରଞ୍ଜନ ବେହେରାଙ୍କୁ ଗୁଣୁପୁର ଜୋନ ପାଇଁ ଏବଂ କୃଷ୍ଣ ଶବରଙ୍କୁ ରାୟଗଡ଼ ଜୋନ ପାଇଁ ନିର୍ବାଚିତ ହୋଇଛନ୍ତି। ସେହିଭଳି ସଂପାଦକ ଭାବେ ବାଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ସୁଧିର କୁମାର ସେଠୀ, ଯୁଗ୍ମ ସମ୍ପାଦକ ମିନାକ୍ଷୀ ପାଣିଗ୍ରାହୀ, ପରିଚାଳନା ସମ୍ପାଦକ ଭାବରେ ଦେବଦତ୍ତ ପଣ୍ଡା, ଆନନ୍ଦ ବମ୍ମାନା, କେ. ମଣିକାଣ୍ଟା ଚୟନ ହେଇଛନ୍ତି। ସଂଘ ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମାର୍ଗ ଦର୍ଶକ ଓ ଉପଦେଷ୍ଟା ଭାବରେ ଶିବାନନ୍ଦ ଦାସ, ବାପୁନ ବେହେରା, ବାଳକୃଷ୍ଣ ରଥ, ଅଶୋକ ଦାସ, ନମିତା ଗମାଙ୍ଗ, ଦେବି ପ୍ରସାଦ ମଲ୍ଲିକ ଓ ପ୍ରଦିପ କୁମାର ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି।

ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ..

  • jmjnewso

    Related Posts

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ UG ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ କରାଯାଇଛି ।ଆଜି ଅପରାହ୍ନ ୨ଟାରେ ପରୀକ୍ଷା ହେବାକୁ ଥିବା…

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 25 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 36 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 28 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 54 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା