କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି, ଭୂସ୍ଖଳନ ପରେ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର: ଯାତାୟାତ ବନ୍ଦ.

Spread the love

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି। ଭୂସ୍ଖଳନ ପରେ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ରାସ୍ତାରେ ମାଟି ଓ ପଥର ଗଦେଇ ହୋଇଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। କଳିଙ୍ଗା ଘାଟିର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଏହି ରାସ୍ତାରେ ନଯିବାକୁ ବାରଣ କରିଛନ୍ତି।

ଯାହା ସୂଚନା ମିଳିଛି, ପାହାଡ଼ରୁ ମାଡ଼ି ଆସିଲା ପାଣି। ଖସିଲା ମାଟି ଅତଡା, ଖସିଲା ବଡ଼ ବଡ଼ ପଥର। ଅବିଶ୍ରାନ୍ତ ବର୍ଷା ପରେ କଳିଙ୍ଗା ଘାଟିରେ ଭୂସ୍ଖଳନ। କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଘାଟି ରାସ୍ତାରେ ଏମିତି ବିଭୀଷିକା ଦେଖିବାକୁ ମିଳିଛି। ପାହାଡ଼ି ଇଲାକାର ଅଣଓସାରିଆ ରାସ୍ତାରେ ଚାରିଆଡ଼େ ଗଦେଇ ହୋଇ ପଡ଼ିଛି ମାଟି ଅତଡା। ମୂଷଳଧାରାରେ ବର୍ଷା ପରେ ବହୁ ଛୋଟ ବଡ଼ ପଥର ସାଙ୍ଗକୁ କାଦୁଅର ଆସ୍ତରଣ ଓ ପାହାଡ଼ରୁ ଝରୁଛି ପାଣିର ପ୍ରଖର ସୁଅ।

ଭୂସ୍ଖଳନ ପରେ କଳିଙ୍ଗା ଘାଟି ରାସ୍ତା ଅବରୋଧ ହୋଇଛି। ବାଧାପ୍ରାପ୍ତ ହୋଇଛି ଯାତାୟତ। କନ୍ଧମାଳରୁ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଛି। ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ହୀନସ୍ତା ଭୋଗୁଛନ୍ତି।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    କଟକ ରେ ମହାମହିମ

    ବିହାର ଉପନିର୍ବାଚନ ରେ ବିଜେପି ପରାଜୟ

    ଗଞ୍ଜାମ ଆସୁଛନ୍ତି ରାଷ୍ଟ୍ରପତି

    04 ଅଗଷ୍ଟ 2026:ଜନତା ମାଗେ ଜବାବ

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ