ପୋଲିସ SI ପରୀକ୍ଷାକୁ ସ୍ଥଗିତ:ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ହେବାକୁ ଥିବା ପୋଲିସ SI ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା । ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ସାନି ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଘୋଷଣା ହେବ । ଏନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ । ହାଇଦ୍ରାବାଦର ଏକ ସଂସ୍ଥା ମିଡିଲମ୍ୟାନ ମାଧ୍ୟମରେ ଫସାଇଥିଲା । ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ ହେଡ଼କ୍ଵାର୍ଟରରୁ ଖବର ପାଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆନ୍ଧ୍ରପ୍ରଦେଶ ଯାଇଥିଲା । ଶ୍ରୀକାକୁଲମ ଠାରେ ଠକେଇର ଶିକାର ହେବାକୁ ଯାଉଥିବା ପ୍ରାୟ ୧୨୦ ଜଣ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ SI ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦର ଏକ ସଂସ୍ଥା ମିଡିଲ ମ୍ୟାନ ମାଧ୍ୟମରେ ଫସାଇଥିଲା ଓ ଟଙ୍କା ମଧ୍ୟ ଆଦାୟ କରିଥିଲା । ଏଥିସହ ହେଲ୍ପ ଲାଇନ୍ ନମ୍ବର ଜାରି କଲା OPRB ।

ସ୍ବଚ୍ଛତାର ସହ CPSE 2024 ପରୀକ୍ଷା ପାଇଁ ଦିଆଗଲା ପଦକ୍ଷେପ । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ୍ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା । ଲାଞ୍ଚ ନେଲେ କିମ୍ବା ଦେଲେ ସମ୍ପୃକ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

  • jmjnewso

    Related Posts

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    Spread the love

    Spread the love କଟକ :  ଜେଏମଜେ ନ୍ୟୁଜ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ…

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ