ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଚଞ୍ଚକତା !ଟେଣ୍ଡର ଚୁକ୍ତି ଅବଧି ସରିବା 2 ବର୍ଷ ପରେ ବି ଚାଲିଛି ଗ୍ରାମ୍ୟ ରାସ୍ତା କାମ..ତଦନ୍ତ ପାଇଁ ପହଞ୍ଚିଲେ ଅଧିକ୍ଷଣ ଯନ୍ତ୍ରୀ..

Spread the love

ଜେଏମଜେ ବ୍ୟୁରୋ : ଅଢେଇ କୋଟି ଟଙ୍କା ବ୍ୟୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ରେ ମହା ଘୋଟଲା…
ନିମ୍ନମାନର କାମ ତାହା ପୁଣି
ଚୁକ୍ତିନାମା ଅବଧି ସରିବାର 2 ବର୍ଷ ପରେ ବି ଚାଲିଛି କାମ..
ଏସ୍ଟିମେଟ ଉଲଘଂନ ରେ କରାଯାଇଛି କାମ..
ପଟୁବାଲି ରେ ତିଆରି ଚାଲିଛି ସିମେଣ୍ଟ କଂକ୍ରିଟ କାମ.. ପୁଣି ବିନା ଭାଇବେଟର ରେ….

ଏଭଳି ସଡ଼କ ନିର୍ମାଣ କରି ଅନୁଦାନ ଲୁଟିବା ଘଟଣା ଏବେ ପଦାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ହେଉଥିବା ଗ୍ରାମ୍ୟ ରାସ୍ତା କାମ ରେ.. କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ଇବିବି ପୁର ଠାରୁ ଗୁଡ଼ିଆପଲ୍ଲୀ ଯାଏ ରାସ୍ତା ନିର୍ମାଣ ରେ ଆସିଛି ଅଭିଯୋଗ..
ଯାହା ସୂଚନା ମିଳିଛି. 2020- 21ଆର୍ଥିକ ବର୍ଷ ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଗୁଡ଼ିଆପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଆଠଗଡ ପାଟଣା ଭାୟା କମଳପୁର, ପଥରାପଲ୍ଲୀ, ଇବିବି ପୁର, ଆଠଗଡ ପାଟଣା ଯାଏଁ ମୋଟ 5କିମି 70ମିଟର ରାସ୍ତା ନିର୍ମାଣ ପାଇଁ 2 କୋଟି 42 ଲକ୍ଷ 12 ହଜାର ଟଙ୍କା ଅଟକଳ ମୂଲ୍ୟ ରହିଥିଲା…
8.12.2021ରୁ କାମ ଆରମ୍ଭ ହୋଇ 7.9.2022 ରେ କାମ ଶେଷ ହେବାକୁ ଠିକାଦାର ଚୁକ୍ତିନାମା କରିଥିଲେ..
କିନ୍ତୁ ଚୁକ୍ତିନାମା ଅବଧି ର 2 ବର୍ଷ ପରେ ବି ଚାଲିଛି କାମ.. କରାଯାଉଥିବା କାମ ଅତି ନିମ୍ନମାନର ଅଭିଯୋଗ ହୋଇଛି. ଇବିବିପୁର ଗ୍ରାମ ନିକଟରେ 60 ମିଟର ସିମେଣ୍ଟ କଂକ୍ରିଟ ରୋଡ଼ ରେ ପଟୁବାଲି ରେ କଂକ୍ରିଟ କାମ ହେବା ଅଭିଯୋଗ ପରେ ମଙ୍ଗଳବାର ଦିନ ଗ୍ରାମ୍ୟନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ନିମ୍ନ ମାନର କାମ ଦେଖି ତାଗିଦ କରିଥିବା ଦେଖିବାକୁ ମିଳିଛି.. ଭାଇବେଟର ନଥିବା, ଥିକନେସ କମ ଥିବା, ଦେଖିଥିଲେ.. ଏବଂ କଂକ୍ରିଟ କାମ ର ମାନ ଓ ପରିମାଣ ତଦନ୍ତ କରିଥିବା ଜଣାଯାଇଛି..
ସେହିପରି ନିର୍ମାଣ ହୋଇଥିବା ରାସ୍ତା ରେ ନିମ୍ନମାନର ପିଚୁ ପକାଯାଇଥିବାରୁ କାମ ନ ସରୁଣୁ ପିଚୁ ଉଠିଲାଗଲାଣି ବୋଲି ଅଭିଯୋଗ ହୋଇଥିବା ଜଣାଯାଇଛି.. ଅନ୍ୟ ଅଞ୍ଚଳ ର ଠିକାଦାର ଆସି କବିସୂର୍ଯ୍ୟନଗର ଅଞ୍ଚଳରେ ନିମ୍ନମାନର କାମ କରି ଵା ଘଟଣା କୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦସ୍ତଖତ ସଂଗ୍ରହ ଚାଲିଥିବା ସୂଚନା ମିଳିଛି..
ଘଟଣା ସମ୍ପର୍କ ରେ ସରପଞ୍ଚ କିଛି ଜାଣିନଥିବା କହୁଥିବା ବେଳେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି କାମ ଠିକ କରିବାକୁ ଠିକାଦାର ଙ୍କୁ ତାଗିଦ କରାଯାଇଛି..
ହେଲେ ରାସ୍ତା ନିର୍ମାଣ ପରେ ରାକ୍ଷଣବେକ୍ଷଣ କରିବା ସମୟରେ ରାସ୍ତା ନିର୍ମାଣ କରିବା ଘଟଣା କୁ ନେଇ ଅନୁଦାନ ହରିଲୁଟ ର ଆଭାସ ମିଳିଲାଣି..
ଏଣୁ ନିମ୍ନମାନର କାମ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି..

  • Related Posts

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ । ଏହି…

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ