ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଚଞ୍ଚକତା !ଟେଣ୍ଡର ଚୁକ୍ତି ଅବଧି ସରିବା 2 ବର୍ଷ ପରେ ବି ଚାଲିଛି ଗ୍ରାମ୍ୟ ରାସ୍ତା କାମ..ତଦନ୍ତ ପାଇଁ ପହଞ୍ଚିଲେ ଅଧିକ୍ଷଣ ଯନ୍ତ୍ରୀ..

Spread the love

ଜେଏମଜେ ବ୍ୟୁରୋ : ଅଢେଇ କୋଟି ଟଙ୍କା ବ୍ୟୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ରେ ମହା ଘୋଟଲା…
ନିମ୍ନମାନର କାମ ତାହା ପୁଣି
ଚୁକ୍ତିନାମା ଅବଧି ସରିବାର 2 ବର୍ଷ ପରେ ବି ଚାଲିଛି କାମ..
ଏସ୍ଟିମେଟ ଉଲଘଂନ ରେ କରାଯାଇଛି କାମ..
ପଟୁବାଲି ରେ ତିଆରି ଚାଲିଛି ସିମେଣ୍ଟ କଂକ୍ରିଟ କାମ.. ପୁଣି ବିନା ଭାଇବେଟର ରେ….

ଏଭଳି ସଡ଼କ ନିର୍ମାଣ କରି ଅନୁଦାନ ଲୁଟିବା ଘଟଣା ଏବେ ପଦାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ହେଉଥିବା ଗ୍ରାମ୍ୟ ରାସ୍ତା କାମ ରେ.. କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ଇବିବି ପୁର ଠାରୁ ଗୁଡ଼ିଆପଲ୍ଲୀ ଯାଏ ରାସ୍ତା ନିର୍ମାଣ ରେ ଆସିଛି ଅଭିଯୋଗ..
ଯାହା ସୂଚନା ମିଳିଛି. 2020- 21ଆର୍ଥିକ ବର୍ଷ ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଗୁଡ଼ିଆପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଆଠଗଡ ପାଟଣା ଭାୟା କମଳପୁର, ପଥରାପଲ୍ଲୀ, ଇବିବି ପୁର, ଆଠଗଡ ପାଟଣା ଯାଏଁ ମୋଟ 5କିମି 70ମିଟର ରାସ୍ତା ନିର୍ମାଣ ପାଇଁ 2 କୋଟି 42 ଲକ୍ଷ 12 ହଜାର ଟଙ୍କା ଅଟକଳ ମୂଲ୍ୟ ରହିଥିଲା…
8.12.2021ରୁ କାମ ଆରମ୍ଭ ହୋଇ 7.9.2022 ରେ କାମ ଶେଷ ହେବାକୁ ଠିକାଦାର ଚୁକ୍ତିନାମା କରିଥିଲେ..
କିନ୍ତୁ ଚୁକ୍ତିନାମା ଅବଧି ର 2 ବର୍ଷ ପରେ ବି ଚାଲିଛି କାମ.. କରାଯାଉଥିବା କାମ ଅତି ନିମ୍ନମାନର ଅଭିଯୋଗ ହୋଇଛି. ଇବିବିପୁର ଗ୍ରାମ ନିକଟରେ 60 ମିଟର ସିମେଣ୍ଟ କଂକ୍ରିଟ ରୋଡ଼ ରେ ପଟୁବାଲି ରେ କଂକ୍ରିଟ କାମ ହେବା ଅଭିଯୋଗ ପରେ ମଙ୍ଗଳବାର ଦିନ ଗ୍ରାମ୍ୟନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ନିମ୍ନ ମାନର କାମ ଦେଖି ତାଗିଦ କରିଥିବା ଦେଖିବାକୁ ମିଳିଛି.. ଭାଇବେଟର ନଥିବା, ଥିକନେସ କମ ଥିବା, ଦେଖିଥିଲେ.. ଏବଂ କଂକ୍ରିଟ କାମ ର ମାନ ଓ ପରିମାଣ ତଦନ୍ତ କରିଥିବା ଜଣାଯାଇଛି..
ସେହିପରି ନିର୍ମାଣ ହୋଇଥିବା ରାସ୍ତା ରେ ନିମ୍ନମାନର ପିଚୁ ପକାଯାଇଥିବାରୁ କାମ ନ ସରୁଣୁ ପିଚୁ ଉଠିଲାଗଲାଣି ବୋଲି ଅଭିଯୋଗ ହୋଇଥିବା ଜଣାଯାଇଛି.. ଅନ୍ୟ ଅଞ୍ଚଳ ର ଠିକାଦାର ଆସି କବିସୂର୍ଯ୍ୟନଗର ଅଞ୍ଚଳରେ ନିମ୍ନମାନର କାମ କରି ଵା ଘଟଣା କୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦସ୍ତଖତ ସଂଗ୍ରହ ଚାଲିଥିବା ସୂଚନା ମିଳିଛି..
ଘଟଣା ସମ୍ପର୍କ ରେ ସରପଞ୍ଚ କିଛି ଜାଣିନଥିବା କହୁଥିବା ବେଳେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି କାମ ଠିକ କରିବାକୁ ଠିକାଦାର ଙ୍କୁ ତାଗିଦ କରାଯାଇଛି..
ହେଲେ ରାସ୍ତା ନିର୍ମାଣ ପରେ ରାକ୍ଷଣବେକ୍ଷଣ କରିବା ସମୟରେ ରାସ୍ତା ନିର୍ମାଣ କରିବା ଘଟଣା କୁ ନେଇ ଅନୁଦାନ ହରିଲୁଟ ର ଆଭାସ ମିଳିଲାଣି..
ଏଣୁ ନିମ୍ନମାନର କାମ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି..

  • Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ