ବ୍ରହ୍ମପୁରରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ

Spread the love

ବ୍ରହ୍ମପୁରରେ :(ଜେଏମଜେ ନ୍ୟୁଜ ): ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତହୋଇଯାଇଛି. ଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ..ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟ୍ସ ଏରିନା (କ୍ରୀଡା ମଞ୍ଚ) ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ୧୯ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବକୁ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ସାଂସଦ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ସାମନ୍ତ୍ରରା ଆନୁଷ୍ଠାନିକ ଭାବେ ଉଦ୍ଯାଟନ କରିଥିଲେ। ତରୁଣ ଏବଂ ଯୁବାବର୍ଗଙ୍କ କ୍ରୀଡା ପ୍ରତିଭା ଚିହ୍ନଟ ଏବଂ ପ୍ରୋତ୍ସାହନ ସହ ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣରେ ଏହି ଖେଳ ମହୋତ୍ସବ ଅତ୍ୟନ୍ତ ପ୍ରଭାବଶାଳୀ ହେବ ବୋଲି ଅତିଥିମାନେ ମତ ଦେଇଥିଲେ। ପ୍ରଥମ ଦିନ ସ୍ପୋର୍ଟ୍ସ ଏରିନାଠାରେ ଭଲିବଲ ଏବଂ ବ୍ୟାଡମିଣ୍ଟନ ମ୍ୟାଚ ଆୟୋଜିତ ହୋଇଥିଲା। ସେହିପରି ମେଡିକାଲ କଲେଜ ଖେଳ ପଡିଆଠାରେ କ୍ରିକେଟ ମ୍ୟାଚର ଶୁଭାରମ୍ଭ ହୋଇଥିଲା। ବ୍ୟାଡମିଣ୍ଟନରେ ବାଳକ ସିନିୟର ବର୍ଗର ସମୁଦାୟ ୨୮ଟି ଏବଂ ବାଳିକା ଜୁନିଅର ବର୍ଗର ସମୁଦାୟ ୧୩ଟି ମ୍ୟାଚ ଖେଳାଯାଇଥିଲା। ବାଳିକା ଜୁନିଅରରେ ଆରାଧନା ବିଜୟିନୀ ହୋଇଥିବା ବେଳେ ବି ସ୍ନେହା ଆଚାରୀ ଉପ-ବିଜୟିନୀ ହୋଇଛନ୍ତି। ସିନିୟର ବାଳକଙ୍କ ସେମି ଫାଇନାଲରେ ଆସନ୍ତା କାଲି ସମୀର ଗାଣ୍ଟାଙ୍କ ମୁକାବିଲା ରୁଦ୍ରପ୍ରତାପ ସାମନ୍ତଙ୍କ ସହ ଏବଂ ଅବିନାଶ ମୁନିଙ୍କ ମୁକାବିଲା କେ.ବୈଷ୍ଣବଙ୍କ ସହ ହେବ। ପ୍ରଥମ ଦିନ ଭଲିବଲରେ ସୁମନ ଗଡନାୟକ ଏବଂ ସମୀର ଶଗଡିଆଙ୍କ ଦଳ ଯଥାକ୍ରମେ ଅଜୟ କୁମାର ଦଳେଇ ଏବଂ ଚିନ୍ମୟ କୁମାର ପ୍ରଧାନଙ୍କ ଦଳକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।
ଅପରପକ୍ଷରେ ପ୍ରଥମ ଦିନ କ୍ରିକେଟରେ ଚନ୍ଦୁ ରାଉଳଙ୍କ ନେତୃତ୍ୱରେ ଇଲେଭେନ୍ ଟାଇଗର୍ସ ଦଳ ସିଫନ ନାୟକଙ୍କ ରୟାଲ ଇଲେଭେନ ଦଳକୁ ନଅ ୱିକେଟରେ ହରାଇଥିବା ବେଳେ ରୁଦ୍ର ପ୍ରକାଶ ବିଶ୍ୱାସଙ୍କ ୟଙ୍ଗ ଷ୍ଟାର୍ସ ଇଲେଭେନ ଆଦିତ୍ୟ ସୁନ୍ଦରଙ୍କ କାଶ୍ କଲେଜ ଦଳକୁ ଛଅ ୱିକେଟରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।


ସାଂସଦ ଖେଳ ମହୋତ୍ସବରେ ୧୨ରୁ ୧୬ ବର୍ଷର ଜୁନିଅର ବର୍ଗ ଏବଂ ୧୭ରୁ ୨୪ବର୍ଷର ସିନିୟର ବର୍ଗର ଉଭୟ ବାଳକ ଏବଂ ବାଳିକାମାନଙ୍କ ପାଇଁ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ, ସଟପୁଟ, ଡିସକସ୍, ହାଇଜମ୍ପ, ଲଙ୍ଗଜମ୍ପ ଏବଂ କ୍ରିକେଟ,ଫୁଟବଲ୍, ଭଲିବଲ୍, ହ୍ୟାଣ୍ଡବଲ୍, ବ୍ୟାଡମିଣ୍ଟନ ତଥା ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯିବ। ସମସ୍ତ ଖେଳ ନକ ଆଉଟ ଭିତ୍ତିରେ କରାଯିବ। ସ୍ପୋର୍ଟ୍ସ ଏରିନା, ମେଡିକାଲ କଲେଜ ଖେଳପଡିଆ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡିଆ, ମହାତ୍ମା ଗାନ୍ଧୀ ଷ୍ଟେଡିୟମ ତଥା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏସବୁର ଆୟୋଜନ ପାଇଁ ସ୍ଥିର ହୋଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଛି। କମିଶନର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନେତୃତ୍ୱରେ ମହାନଗରର କର୍ମକର୍ତ୍ତା, ସ୍ଥାନୀୟ କ୍ରୀଡା ଶିକ୍ଷକ ଓ ପ୍ରଶିକ୍ଷକ, ବିଭିନ୍ନ ଖେଳର ବିଶେଷଜ୍ଞ, ପୋଲିସ, ସ୍ୱାସ୍ଥ୍ୟ,ବ୍ୟାଙ୍କ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ଭିତରେ ସମନ୍ୱୟ ଯୋଗେ ସାଂସଦ ଖେଳ ମହୋତ୍ସବ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିବା ସୂଚନା ମିଳିଛି। ଉଦ୍ଘାଟନୀ ଉତ୍ସବରେ ଦୁଇ ଡେପୁଟି କମିଶନର ଆଶୀର୍ବାଦ ପରିଡା , ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ସିଟି ଇଞ୍ଜିନିୟର ଶ୍ରୀ ମନୋଜ ପାତ୍ର, ସମସ୍ତ ସହକାରୀ କମିଶନର,ଇଞ୍ଜିନିୟର.ଗୋଷ୍ଠୀ ସଂଯୋଜିକା ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବ୍ରହ୍ମପୁର ରୁ ତପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ..

  • jmjnewso

    Related Posts

    ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ : ବେଗୁନିଆପଡା ବାପୁଜୀ ଷ୍ଟାଡିୟମ ଠାରେ ପାୟୋନିୟର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର…

    ବାରବାଟିରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ

    Spread the love

    Spread the loveଜେଏମଜେ ବ୍ୟୁରୋ :ବାରବାଟି ରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ବସିଥିଲା ଏହି ବୈଠକ। ଏହି ବୈଠକ ରେ…

    Leave a Reply

    Your email address will not be published. Required fields are marked *

    You Missed

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ