ଖାଇଗଲେ ଟଙ୍କା! ଭାଙ୍ଗିରୁଜି ଗଲାଣି ପରିସ୍ରାଗାର।

Spread the love

କୋଦଳା : ଜେଏମଜେ ନ୍ୟୁଜ : ପୁଣି ପଦାକୁ ଆସିଲା ପରିଶ୍ରାଗାର ଅନିୟମିତତା। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପୁରୁଣା ମାଛବଜାର ନିକଟରେ ସାଧାରଣ ଲୋକମାନଙ୍କ ପାଇଁ ୨ ଟି ପରିସ୍ରାଗାର ନିର୍ମାଣ କରଗଲା ଯାହାର ଅଟକଳ ମୂଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା। ବର୍ଷେ ଯାଉ ଯାଉ ନିର୍ମାଣ ହୋଇଥିବା ପରିଶ୍ରାଗାର ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି।ଯାହା ସୂଚନା ରହିଛି, ନିର୍ମାଣ ଦାୟିତ୍ୱ ଜଣେ ବାହାର ରାଜ୍ୟର ଠିକାଦାର ଙ୍କୁ ଦିଆଯାଥିବାରୁ ଏବେ ରକ୍ଷଣା ବେକ୍ଷଣ ପାଇଁ ଆଉ ଦୃଷ୍ଟି ଦିଆଯାଉନି। ଏନ ଏସି ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ମିଳିତ ବଡ଼ ଭାଗ ଥିବା ଯୋଗୁଁ ପରିଶ୍ରଗାର ର ଏଭଳି ଅବସ୍ଥା ବୋଲି ସହରେ ଆଲୋଚନା ହେଉଛି। ଖାଲି ଏତିକି ନୁହଁ ପୂର୍ବରୁ ଗୋଟିଏ କାମକୁ ଦୁଇ ଦୁଇ ଥର ସଟ୍ ଟେଣ୍ଡର କରି ଟଙ୍କା ଆତ୍ମ ସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏନଏସି ରେ ହେଉଥିବା ଦୁର୍ନୀତି କୁ ନେଇ କାଉସିଲର ଭଗବାନ ପାଢ଼ୀ ଜନସୁଚନା ଅଧିକାର ଆଇନ ମାଧ୍ୟମରେ ସୂଚନା ମାଗିଥିଲେ ମଧ୍ୟ କେଳେଙ୍କାରୀ ପଦାରେ ପଡିବା ଭୟରେ ସୂଚନା ପ୍ରଦାନ କରାଯାଉନାହିଁ। ଯାହାକି ଏବେ କମିଶନର ଙ୍କ ନିକଟରେ ବିଚାର ଧୀନ ରହିଛି RTI ମାମଲା। ଜିଲ୍ଲା ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ବିଭିନ୍ନ ଦୁର୍ନୀତି ଉପରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ସବୁ ନୀରବ। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଚପାଇ ଦିଆଯାଇଥିବା ଅଭିଯୋଗ ହେଉଛି। ହେଲେ ଲୋକଙ୍କ ସରକାର କହୁଥିବା ମୋହନ ସରକାର ମଧ୍ୟ କାହିଁକି ନୀରବତା ଅବଲମ୍ବନ କରିଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ବେଳେ ଯଦିଓ ପଦକ୍ଷେପ ନିଆ ନଯିବ ତାହାଲେ ଆଗାମୀ ଦିନରେ କୋଦଳା ବାସୀ ଉଚିତ ଜବାବ ଦେବେ ବୋଲି ସ୍ଥିର କରିସାରିଲେଣି।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 19 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ