କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ(ପୁରୁଷୋତ୍ତମ ମହାପାତ୍ର ): ଭଂଜ ସାହିତ୍ୟରେ ଆଧ୍ୟାତ୍ମିକ ଏବଂ ସମାଜ ଚେତନା ରହିଛିଦେବଭୂମି ବେଦ ଭୂମି ଭାରତବର୍ଷର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଘୁମୁସର ଅଗ୍ରଗଣ୍ୟ। ଓଡ଼ିଆ ଅସ୍ମିତାକୁ ବାସ୍ତବ ରୂପାୟନ କରିଥିବା ଯୋଗଜନ୍ମା ସାଧକ କବିସମ୍ରାଟଙ୍କ ନାମାନୁସାରେ ନାମିତ ଭଞ୍ଜନଗର ସହରର ନାଭି କେନ୍ଦ୍ରରେ ଅବସ୍ଥିତ ନିୟନ୍ତ୍ରିତ ବଜାର କମିଟିର ସଭାକକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଯୋକ୍ତା ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସକ୍ରିୟ ସହଯୋଗ କରିଥିଲେ ଭଂଜନଗରସ୍ଥ କବି ସାମ୍ରାଟ ସାହିତ୍ୟ ସଂସଦ। ସାହିତ୍ୟ ଏକାଡେମୀ ତରଫରୁ ଏହି କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଉପ ସଚିବ ସଂଜୟ କୁମାର ଛୁଆଳ ସିଂ। ଏହି ଅବସରରେ ମୁଖ୍ୟ ଅତିଥି ଭଞ୍ଜ ଗବେଷକ ଡ କମ୍ବୁପାଣି ପାଣି ସାମନ୍ତ ମୁଖ୍ୟ ବକ୍ତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଶିଷ୍ଟ ଅତିଥି ନାଟ୍ୟକାର ବିଜୟ ଦାଶ , ସମ୍ମାନୀତ ଅତିଥି ରବୀନ୍ଦ୍ରନାଥ ଆଚାର୍ଯ୍ୟ, ଆଇନଜୀବୀ ସୋମନାଥ ନାୟକ, ଚିନ୍ମୟ ବେବର୍ତ୍ତା, ସାହିତ୍ୟ ଏକାଡେମୀ ପ୍ରତିନିଧି ସଂଜୟ କୁମାର ଛୁଆଳ ସିଂ ଙ୍କ ସମେତ ଭଞ୍ଜ ଗବେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାରସ୍ଵତ ପ୍ରତିଭା ବିଶ୍ବ ଦରବାରରେ ଓଡିଆ ଅସ୍ମିତାକୁ ପରିଚିତ କରାଇଥିବା ବର୍ଣ୍ଣନା କରିଥିଲେ । ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଦାଶ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ମାଧ୍ୟମରେ ଓଡ଼ିଆ ଅସ୍ମିତା ଏବଂ ଭଂଜ ସାହିତ୍ୟରେ ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟବୋଧ , ଓଡ଼ିଆ ଅସ୍ମିତା ଭଂଜ ସାହିତ୍ୟରେ ବାରମ୍ବାର ପ୍ରତିଫଳନର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ , ମାର୍ମିକ ଓ ତାତ୍ତ୍ବିକ ଆଲୋଚନା କରିଥିଲେ । ସଭାମୁଖ୍ଯ ଡଃ ପଣ୍ଡା ଭଞ୍ଜଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ଓ ଅନୁଗାମୀ ହେବାପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ଭଂଜଙ୍କ ଅତୁଳନୀୟ କଳାକୁ ଲୋକପ୍ରିୟ କରିବାରେ ସମସ୍ତେ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ଦେଇଥିଲ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ଭାଷାକୁ ସଂସ୍କୃତ ସାହିତ୍ୟର ସମକକ୍ଷ କରାଇବାକୁ ଉଦ୍ୟମ , ଭଞ୍ଜ ବଂଶର ଇତିହାସ, ସାହିତ୍ୟ ସାଧନା ଇତ୍ୟାଦି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଶିବରାମ ପଣ୍ଡା ଭଞ ସାହିତ୍ୟରେ ଥିବା ସାରଗର୍ଭତାର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। କବି ପ୍ରଭାତ କୁମାର ଆଚାର୍ଯ୍ୟ ଓ କବି ବିମ୍ବାଧର ଷଡ଼ଙ୍ଗୀଙ୍କୁ ଉନ୍ନତ ସାରସ୍ଵତ ସାଧନା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଚିନ୍ମୟ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026