ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

Spread the love


ଗୋପାଳପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ରଙ୍ଗେଇଲୁଣ୍ଡାରେ ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅଧକ୍ଷୟତା କରିବା ସହ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ସୃଷ୍ଟି । ଛାତ୍ର,ଛାତ୍ରୀ ମାନେ ଭଲରେ ପାଠ ପଢିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଛାତ୍ର,ଛାତ୍ରୀvମାନେ ସଫଳତା ପାଇବା ପାଇଁ ପରିଶ୍ରମ, ବିନମ୍ରତା ଓ ସମୟର ସଦୁପଯୋଗ କରିବା ଆବଶ୍ୟକ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍କିକ ଯୋଗ ଦେଇ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଛାତ୍ର,ଛାତ୍ରୀ ମାନେ ମୋ ବିଭାଗର ଭବିଷ୍ୟତ, ମୁଁ ଆଜି ମୋର ଭବିଷ୍ୟତ ମାନଙ୍କ ସହିତ କଥା ହୋଇ ଆନନ୍ଦ ଅନୁଭବ କରୁଛି । ଓଡ଼ିଶାରେ ମତ୍ସ୍ୟ କ୍ଷେତ୍ରର ଉର୍ନତି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମହାବିଦ୍ୟାଳୟର ଉର୍ନ୍ନତି ପାଇଁ ଅର୍ଥ ର ଅଭାବ ରହିବ ନାହିଁ । ମତ୍ସ୍ୟ କ୍ଷେତ୍ରରେ ଓଡିଶା ଆଜି ବହୁ ଆଗରେ । ମତ୍ସ୍ୟ ସମ୍ପଦ ର ବିକାଶ ପାଇଁ ଆଉ ଏକ ନୂଆ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁର ଠାରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି । ବଜେଟ ରେ ମତ୍ସ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ମତ୍ସ୍ୟ ସମ୍ପଦ ର ଉର୍ନ୍ନତି ହେଲେ ଚାଷୀ ର ଉର୍ନତି ହେବ, ଚାଷୀ ର ଉର୍ନତି ହେଲେ ରାଜ୍ୟ ତଥା ଦେଶର ଉର୍ନତି ହୋଇପାରିବ ବୋଲି କହିଥିଲେ l ଡିନ ପ୍ରଫେସର ନିତ୍ୟାନନ୍ଦ ଦାଶ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଡିଗ୍ରୀ ପାଇଲା ପରେ ରାଜ୍ୟ, ରାଜ୍ୟ ବାହାରେ ତଥା ଦେଶ,ବିଦେଶରେ ଭିନ୍ନ ଭିନ୍ନ ଉଚ୍ଚ ପଦ ପଦବୀରେ ରେ ରହି ସୁନାମ ଅର୍ଜନ କରିଛନ୍ତି ବୋଲି କହିଥିଲେ । ଛାତ୍ର କମିଟିର ଚେୟାରମ୍ୟାନ ଦେବବ୍ରତ ପଣ୍ଡା ଛାତ୍ର,ଛାତ୍ରୀ ମାନେ ପାଠପଢା ପରେ କିପରି ନିଯୁକ୍ତି ପାଇବେ ତାହାରି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ l ଛାତ୍ର କମିଟିର ଆବାହକ ପ୍ରୀତିଦିପନ ମାଣ୍ଡିଲି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ର କମିଟିର ପରାମର୍ଶଦାତା ଡ଼.ଧରିତ୍ରୀ ଚୌଧୁରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଛାତ୍ର କମିଟି ଦ୍ୱାରା ପ୍ରକାଶିତ ମତ୍ସ୍ୟକନ୍ୟା ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କ୍ରୀଡା ,କଳା, ସାଂସ୍କୃତିକ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାରେ ଚମ୍ପିୟନ ଭାବେ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଲିଟେରାରୀ – ବିଭାସ ରଞ୍ଜନ ଦାସ, ଡ୍ରାମାଟିକ – ବିଭୁ ସୁନ୍ଦର ସାହୁ, ଆଥଲେଟିକ (ପୁରୁଷ)- ଭବାନୀ ଶଙ୍କର ନାଏକ ଓ ଆଥଲେଟିକ (ମହିଳା)- ଅଲିଶା ନାୟକ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଅତିଥି ଅଧ୍ୟାପିକା ଅଭିନନ୍ଦା ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ବିଭୂ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ l

  • jmjnewso

    Related Posts

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    Spread the love

    Spread the loveବୁଗୁଡ଼ା,୧୨/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଆସନ୍ତା ଗଣେଶ ପୂଜା ଓ ବିସର୍ଜନ ଉତ୍ସବକୁ ଶାନ୍ତିଶୃଙ୍ଖଳା ପରିସ୍ଥିତି ବଜାୟ ରଖି ପାଳନ କରିବା ନେଇ ଆଜି ବୁଗୁଡ଼ା ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    Spread the love

    Spread the loveବୁଗୁଡ଼ା,୧୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସିର ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଅରବିନ୍ଦ ନଗର ତୃତୀୟ ଲାଇନରୁ ପରିବା ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 34 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 31 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 54 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 38 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 26 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି