ଜେଏମଜେ ବ୍ୟୁରୋ : ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ସନ୍ଧ୍ୟା ୫ଟା ସମୟରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।ଏହି ବୈଠକରେ ରାଜ୍ୟର ଆର୍ଥିକ, ସାମାଜିକ ଓ ସାଂଗଠନିକ ବିକାଶ ସହ ଜଡ଼ିତ ବିଭିନ୍ନ ବିଭାଗର ପ୍ରମୁଖ ପ୍ରସ୍ତାବଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହେବ।ଏଥିସହିତ କେତେକ ପ୍ରମୁଖ ପ୍ରସ୍ତାବରେ କ୍ୟାବିନେଟ୍ର ମୋହର ବାଜିବାର ସମ୍ଭାବନା ରହିଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ରହିବେ।








