କବିସୂର୍ଯ୍ୟନଗର :ଜେଏମଜେ ନ୍ୟୁଜ : ବେଆଇନ ଟଙ୍କା ଦାବୀ ପାଇଁ ଏଠି ମିଶନ ଫେଲ ମାରୁଛି..ନାରୀ ଶକ୍ତି କୁ ଦୁର୍ବଳ କରୁଛି କର୍ମଚାରୀ ଙ୍କ ଅର୍ଥ ଆଦାୟ ଚାପ.. ଯେତେ ଅଭିଯୋଗ ହେଲେ ସବୁ କାଗଜ ଯାଉଛି ଡଷ୍ଟବିନ କୁ..ଟଙ୍କା ମାଗିବା ଅଡିଓ, ଜିଲ୍ଲା କାର୍ଯ୍ୟାଳୟ କୁ ସିଡିପିଓ ଙ୍କ କାର୍ଯ୍ୟନୁଷ୍ଠାନ ଚିଠି ପଦାକୁ ଆସିବା ପରେ ଏଠି ସମସ୍ତେ ନିରବ.. କାହିଁକି? ଆଦାୟ ହେଉଛି ବେଆଇନ ଟଙ୍କା.. ଆଉ ସେ ବେଆଇନ ଟଙ୍କା ପାଇଁ ହଟହଟା ର ଶିକାର ହେଉଛନ୍ତି ନିରୀହ ମହିଳା ଓ ଶିଶୁ ହତାଧିକରୀ.. ଆମେ କହୁଚୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ICDS କାର୍ଯ୍ୟାଳୟ କଥା.. ଏଠି ବଢ଼ି ବଢ଼ି ଚାଲିଛି ବେଆଇନ ଟଙ୍କା ଆଦାୟ ଘଟଣା.. କାର୍ଯ୍ୟଳୟ ର ଜୈନିକ କର୍ମଚାରୀ ଙ୍କ ଦୌରାତ୍ମ୍ୟ ରେ ଅସନ୍ତୋଷ ପ୍ରକାଶ କଲେଣି ଅଙ୍ଗନବାଡି କର୍ମୀ ମାନେ..ଆମ ହାତରେ ଲାଗିଛି କବିସୂର୍ଯ୍ୟନଗର ସିଡିପିଓ ଙ୍କୁ ଦେଇଥିବା ଏକ ଲିଖିତ ଅଭିଯୋଗ.. ଅଭିଯୋଗ ରେ ଯାହା ଲେଖାଯାଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ.. ତଥାପି ବିଭାଗୀୟ ଉଚ୍ଚ କତୃପକ୍ଷ ନିରବ କାହିଁକି ବୋଲି ପ୍ରଶ୍ନ ଉଠିଛି..
ଅଭିଯୋଗ ରୁ ଜଣାଯାଇଛି ଯେ, କବିସୂର୍ଯ୍ୟନଗର ICDS ର ଜୈନିକ ପୋଷଣ BC, ପିଲାଙ୍କ କ୍ୟାଲେଣ୍ଡର ତିଆରି କରିବା, ସୁଗାର ବୋର୍ଡ, ଏବଂ କମ୍ୟୁନିଟ ବେସ ଇଭେଣ୍ଟ ବାବଦ କୁ କର୍ମୀ ପିଛା 1500 ଟଙ୍କା ଲେଖାଏଁ ଆଦାୟ କରିଥିବା ଅଭିଯୋଗ ପରେ 8 ହଜାର ଟଙ୍କା ଫେରସ୍ତ କରିଥିବା ପ୍ରମାଣ ରହିଛି.. ସେହିପରି ପ୍ରତି ମାସରେ କର୍ମୀ ପିଛା 100 ଟଙ୍କା ଦାବୀ କରିବା ଯିଏ ନଦେବେ ତଥ୍ୟ ଆପ ରୁ ବେନିଫିସିଆରୀ ନାଁ କାଟିଦେଉଥୁବା ଅଭିଯୋଗ ହୋଇଛି। ଏମିତି କି ଗତ 5 ତାରିଖ ରେ କୁଆଡେ ଜଣେ କର୍ମୀ ଙ୍କୁ ଚାପ ପକାଇ କର୍ମୀ ପିଛା 5 ଶହ ଟଙ୍କା ଲେଖାଏଁ ଆଦାୟ କରିବାକୁ ଦାବୀ କରିବା ପରେ ଘଟଣା ସମ୍ପର୍କ ରେ କବିସୂର୍ଯ୍ୟନଗର ସିଡିପିଓ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି। କର୍ମୀମାନେ ସିଡିପିଓ ଙ୍କୁ ଦେଇଥିବାଏ ହେଉଛି ସେ ଅଭିଯୋଗପତ୍ର…..ଯାହା ଅଭିଯୋଗ ରୁ ଜଣାଯାଇଛି ସିଡିପିଓ ଙ୍କୁ ଜଣାଇ ସେ କୁଆଡେ ଟଙ୍କା ମାଗୁଥିବା କୁହାଯାଇଛି..ଏମିତି ବହୁ ପ୍ରମାଣ ଅମର ହସ୍ତଗତ ହେବା ପରେ ଆମେ ସମ୍ପୃକ୍ତ କର୍ମଚାରୀ ଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିବା ପରେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ.. ଯଦିଓ ଜଣେ କର୍ମଚାରୀ ଙ୍କ ଏଭଳି ଦୌରାତ୍ମ ଚାଲିଛି ତଥାପି ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନୀରବତା ସମ୍ଭାବ୍ୟ ବିଶୃଙ୍ଖଳା ଆଶଙ୍କା କରାଯାଉଛି.. ଗଞ୍ଜାମ ଜିଲ୍ଲାପାଳ, DSWO ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି..
ପ୍ରଶାସନ ଯଦିଓ ନିରବ ରହିବେ ପୁଣି ସମ୍ପୃକ୍ତ କର୍ମଚାରୀ ଙ୍କ ସବୁ ଅନିୟମିତତା ର ଫର୍ଦଫାଶ କରାଯିବ। ଏଠି କିଭଳି ଚାଲିଛି ଶିଶୁ ଓ ଗର୍ଭବତୀଙ୍କୁ ଶୋଷଣ ସବୁ ପଦାକୁ ଅଣାଯିବ..







