କର୍ମଚାରୀଙ୍କ ଦୌରାତ୍ମ୍ୟ ରେ ଅଙ୍ଗନବାଡି କର୍ମୀ ମାନେ ଅସନ୍ତୋଷ!

Spread the love

କବିସୂର୍ଯ୍ୟନଗର :ଜେଏମଜେ ନ୍ୟୁଜ : ବେଆଇନ ଟଙ୍କା ଦାବୀ ପାଇଁ ଏଠି ମିଶନ ଫେଲ ମାରୁଛି..ନାରୀ ଶକ୍ତି କୁ ଦୁର୍ବଳ କରୁଛି କର୍ମଚାରୀ ଙ୍କ ଅର୍ଥ ଆଦାୟ ଚାପ.. ଯେତେ ଅଭିଯୋଗ ହେଲେ ସବୁ କାଗଜ ଯାଉଛି ଡଷ୍ଟବିନ କୁ..ଟଙ୍କା ମାଗିବା ଅଡିଓ, ଜିଲ୍ଲା କାର୍ଯ୍ୟାଳୟ କୁ ସିଡିପିଓ ଙ୍କ କାର୍ଯ୍ୟନୁଷ୍ଠାନ ଚିଠି ପଦାକୁ ଆସିବା ପରେ  ଏଠି ସମସ୍ତେ ନିରବ.. କାହିଁକି? ଆଦାୟ ହେଉଛି ବେଆଇନ ଟଙ୍କା.. ଆଉ ସେ ବେଆଇନ ଟଙ୍କା ପାଇଁ ହଟହଟା ର ଶିକାର ହେଉଛନ୍ତି ନିରୀହ ମହିଳା ଓ ଶିଶୁ ହତାଧିକରୀ.. ଆମେ କହୁଚୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ICDS କାର୍ଯ୍ୟାଳୟ କଥା.. ଏଠି ବଢ଼ି ବଢ଼ି ଚାଲିଛି ବେଆଇନ ଟଙ୍କା ଆଦାୟ ଘଟଣା.. କାର୍ଯ୍ୟଳୟ ର ଜୈନିକ କର୍ମଚାରୀ ଙ୍କ ଦୌରାତ୍ମ୍ୟ ରେ ଅସନ୍ତୋଷ ପ୍ରକାଶ କଲେଣି ଅଙ୍ଗନବାଡି କର୍ମୀ ମାନେ..ଆମ ହାତରେ ଲାଗିଛି କବିସୂର୍ଯ୍ୟନଗର ସିଡିପିଓ ଙ୍କୁ ଦେଇଥିବା ଏକ ଲିଖିତ ଅଭିଯୋଗ.. ଅଭିଯୋଗ ରେ ଯାହା ଲେଖାଯାଇଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ.. ତଥାପି ବିଭାଗୀୟ ଉଚ୍ଚ କତୃପକ୍ଷ ନିରବ କାହିଁକି ବୋଲି ପ୍ରଶ୍ନ ଉଠିଛି..

ଅଭିଯୋଗ ରୁ ଜଣାଯାଇଛି ଯେ, କବିସୂର୍ଯ୍ୟନଗର ICDS ର ଜୈନିକ ପୋଷଣ BC, ପିଲାଙ୍କ କ୍ୟାଲେଣ୍ଡର ତିଆରି କରିବା, ସୁଗାର ବୋର୍ଡ, ଏବଂ କମ୍ୟୁନିଟ ବେସ ଇଭେଣ୍ଟ ବାବଦ କୁ କର୍ମୀ ପିଛା 1500 ଟଙ୍କା ଲେଖାଏଁ ଆଦାୟ କରିଥିବା ଅଭିଯୋଗ ପରେ 8 ହଜାର ଟଙ୍କା ଫେରସ୍ତ କରିଥିବା ପ୍ରମାଣ ରହିଛି.. ସେହିପରି ପ୍ରତି ମାସରେ କର୍ମୀ ପିଛା 100 ଟଙ୍କା ଦାବୀ କରିବା ଯିଏ ନଦେବେ ତଥ୍ୟ ଆପ ରୁ ବେନିଫିସିଆରୀ ନାଁ କାଟିଦେଉଥୁବା ଅଭିଯୋଗ ହୋଇଛି। ଏମିତି କି ଗତ 5 ତାରିଖ ରେ କୁଆଡେ ଜଣେ କର୍ମୀ ଙ୍କୁ ଚାପ ପକାଇ କର୍ମୀ ପିଛା 5 ଶହ ଟଙ୍କା ଲେଖାଏଁ ଆଦାୟ କରିବାକୁ ଦାବୀ କରିବା ପରେ ଘଟଣା ସମ୍ପର୍କ ରେ କବିସୂର୍ଯ୍ୟନଗର ସିଡିପିଓ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି। କର୍ମୀମାନେ ସିଡିପିଓ ଙ୍କୁ ଦେଇଥିବାଏ ହେଉଛି ସେ ଅଭିଯୋଗପତ୍ର…..ଯାହା ଅଭିଯୋଗ ରୁ ଜଣାଯାଇଛି ସିଡିପିଓ ଙ୍କୁ ଜଣାଇ ସେ କୁଆଡେ ଟଙ୍କା ମାଗୁଥିବା କୁହାଯାଇଛି..ଏମିତି ବହୁ ପ୍ରମାଣ ଅମର ହସ୍ତଗତ ହେବା ପରେ ଆମେ ସମ୍ପୃକ୍ତ କର୍ମଚାରୀ ଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିବା ପରେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ.. ଯଦିଓ ଜଣେ କର୍ମଚାରୀ ଙ୍କ ଏଭଳି ଦୌରାତ୍ମ ଚାଲିଛି ତଥାପି ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନୀରବତା ସମ୍ଭାବ୍ୟ ବିଶୃଙ୍ଖଳା ଆଶଙ୍କା କରାଯାଉଛି.. ଗଞ୍ଜାମ ଜିଲ୍ଲାପାଳ, DSWO ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି..

ପ୍ରଶାସନ ଯଦିଓ ନିରବ ରହିବେ ପୁଣି ସମ୍ପୃକ୍ତ କର୍ମଚାରୀ ଙ୍କ ସବୁ ଅନିୟମିତତା ର ଫର୍ଦଫାଶ କରାଯିବ। ଏଠି କିଭଳି ଚାଲିଛି ଶିଶୁ  ଓ ଗର୍ଭବତୀଙ୍କୁ ଶୋଷଣ ସବୁ ପଦାକୁ ଅଣାଯିବ..

  • jmjnewso

    Related Posts

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    Spread the love

    Spread the loveଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ରାଜ୍ୟ ସରକାରଙ୍କ…

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ବିଡ଼ିଓ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ