ରାଜ୍ୟର ପ୍ରତ୍ୟେକ ବ୍ଲକରେ ପହଞ୍ଚିବ ଓମ୍ଫେଡ ।

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖୁବଶୀଘ୍ର ରାଜ୍ୟର ପ୍ରତ୍ୟେକ ବ୍ଲକରେ ପହଞ୍ଚିବ ଓମ୍ଫେଡ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଓମ୍ଫେଡର ସମସ୍ତ ଉତ୍ପାଦ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଏହି ସରକାରୀ ସଂସ୍ଥା । କେବଳ ବ୍ଲକ ନୁହେଁ, ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଓମ୍ଫେଡର ସ୍ୱତନ୍ତ୍ର ବୁଥ୍ ଖୋଲିବାକୁ ଯୋଜନା ହୋଇଛି ।ଏନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଏହି ଯୋଜନା ଦ୍ୱାରା ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଓମ୍ଫେଡର ଉତ୍ପାଦ ସହଜରେ ଉପଲବ୍ଧ ହୋଇପାରିବ । ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟର ପ୍ରଭାବ ଦୁଗ୍ଧ ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀର ଦର ପ୍ରାୟ ୨୫ ପ୍ରତିଶତ ବଢ଼ିଛି । ଫଳରେ ଖର୍ଚ୍ଚ ବଢ଼ିବାକୁ ନେଇ ଚିନ୍ତାରେ ଥିଲେ ଦୁଗ୍ଧ ଚାଷୀ ।

ଚାଷୀଙ୍କ ସ୍ୱାର୍ଥକୁ ନଜରରେ ରଖି ଏବେ ଦୁଗ୍ଧ ଚାଷୀଙ୍କଠାରୁ କ୍ଷୀର କିଣିବା ଦରରେ ଆଉ ୨ ଟଙ୍କା ବୃଦ୍ଧି କରିବାକୁ ଓମ୍ଫେଡ ଯୋଜନା କରିଛି । ତେବେ ଅନ୍ୟ ରାଜ୍ୟଗୁଡ଼ିକରେ କ୍ଷୀର କିଣା ଦର ଅଧିକ ବଢ଼ାଯାଇଥିବା ବେଳେ ଓଡ଼ିଶାରେ ୨ ଟଙ୍କା ବଦଳରେ ସର୍ବନିମ୍ନ ୫ ଟଙ୍କା ବୃଦ୍ଧି କରାଯାଇଥିଲେ ଦୁଗ୍ଧ ଚାଷୀମାନେ ଅଧିକ ଉପକୃତ ହୋଇଥାନ୍ତେ ବୋଲି ମତ ରଖିଛନ୍ତି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଅଧ୍ୟକ୍ଷ । ଗୋଟିଏ ପଟେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଓମ୍ଫେଡ ପହଞ୍ଚାଇବାର ଯୋଜନା, ଅନ୍ୟପଟେ ଦୁଗ୍ଧ ଚାଷୀଙ୍କୁ ଅଧିକ ଦର ଦେବା ନେଇ ନିଷ୍ପତ୍ତି । ଏବେ ଏହି ଯୋଜନା କେତେଦୂର ସଫଳ ହେଉଛି, ତାହା ଉପରେ ରହିଛି ନଜର ।

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 37 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 30 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 27 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 44 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 30 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 21 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି