ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

Spread the love

ଜେଏମଜେ ବ୍ୟୁରୋ : ରାତି ପାହିଲେ ଉତ୍ସବ ମୁଖର ହୋଇଉଠିବ ପଶ୍ଚିମ ଓଡ଼ିଶା । ଘରେ ଘରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିବ ପୂଜାର୍ଚ୍ଚନା, ସପରିବାର ଏକାଠି ବସି ନବାନ୍ନ ଭକ୍ଷଣ କରିବେ । ତା ସହ ଜମିବ ଲୋକସଂଗୀତ ଓ ନୃତ୍ୟର ଆସର । ଏଥିପାଇଁ ସମ୍ୱଲପୁରରୁ ସୁନ୍ଦରଗଡ଼; ବଲାଙ୍ଗିରରୁ ବରଗଡ଼, ବୌଦ୍ଧରୁ କଳାହାଣ୍ଡି । ସବୁଠି ଚଳଚଞ୍ଚଳ ପରିବେଶ ।ଅଥୟ ହେଲାଣି ମନ… ଅଧୀର ହେଲାଣି ପାଦ। ଢୋଲ୍‌-ନିଶାନ୍‌ର ତାଲେ ତାଲେ କାଲି ଦୁଲୁକିବ ପଶ୍ଚିମ ଓଡ଼ିଶା । ଡାଲଖାଇ-ରସରକେଲି ନାଚରେ ଝୁମି ଉଠିବ ପୂରପଲ୍ଲୀ । ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସେଥିଲାଗି ସଜେଇ ହେଲାଣି ଘର, ସଜେଇ ହେଲାଣି ମନ୍ଦିର । ଜମିଲାଣି ପିଠା ପଣାର ଆସର ।

ବାହାରେ ରହୁଥିବା ଲୋକେ ଘରକୁ ବାହୁଡ଼ିଲେଣି, ବଜାର, ଲୁଗାଦୋକାନରେ ଭିଡ଼ ଜମିଲାଣି । ନୂଆ ଲୁଗା ପିନ୍ଧି ଦେବଦେବୀ ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ, ଏକାଠି ନବାନ୍ନ ଖାଇବେ ସପରିବାର । ରାଗରୁଷା ଭୁଲି ଭାଇଚାରାର ରଙ୍ଗରେ ରଙ୍ଗେଇ ହେବେ ସମସ୍ତେ । ଏଇ ଯେମିତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଡାହିମାଲ ଓ ଜଳିଆ ଗାଁର ଲୋକେ । ବର୍ଷ ବର୍ଷ ଧରି ଏକାଠି ନୂଆଖାଇ ଆସୁଛନ୍ତି ପ୍ରାୟ ୧ ହଜାର ପରିବାରର ୫ ହଜାର ଲୋକ ।

ବଲାଙ୍ଗୀର ଜିଲ୍ଲାରେ ନୂଆଖାଇ ପୂର୍ବ ସଂଧ୍ୟା ଅର୍ଥାତ ଆଜି ଗ୍ରାମଦେବା ଦେବୀ ନିକଟକୁ ଶୋଭାଯାତ୍ରାରେ ଯାଇଛି ନୂଆଧାନ, ପନିପରିବା,ଲୁଗାପଟା । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାଳନ କରିଛନ୍ତି ପାହୁର ଯାତ୍ରା। ସେପଟେ ନୂଆଁଖାଇ ପାଇଁ କଳାହାଣ୍ଡିରେ ଅଛି ନିଆରା ପରମ୍ପରା । ଜିଲ୍ଲା ଗୋଟିଏ, କିନ୍ତୁ ୪ ଥର ପାଳନ ହୁଏ ନୂଆଁଖାଇ । କେଉଁଠି ରାଖୀ ପୂର୍ଣ୍ଣିମାରେ, କେଉଁଠି ପଞ୍ଚମୀରେ ତ ଆଉ କେଉଁଠି ଦଶମୀରେ । ପରମ୍ପରା ଭିନ୍ନ ହେଲେ ବି ଭାବନା ସେଇ ଗୋଟିଏ । ନିଜ ମାଟି ସହ ଯୋଡ଼ି ହେବାର ପର୍ବ ନୂଆଖାଇ । ଦୁଃଖ ଥାଉ କି ସମସ୍ୟା… ଅଭାବ ଥାଉ କି ଅସୁବିଧା… ନୂଆଖାଇ ଆସିଲେ ସବୁକିଛି ଭୁଲି ଏକାଠି ହୋଇଯାଆନ୍ତି ପରିବାର ।

ନୂଆଁଖାଇରେ ଜଙ୍ଗଲୀ ପତ୍ରରେ ତିଆରି ଖଲିଦନାର ରହିଛି ବିଶେଷ ମହତ୍ତ୍ୱ । ଏବେ ରାସ୍ତାକଡ଼ରେ ଦେଖିବାକୁ ମିଳୁଛି ଶାଳ, ସର୍ଗି, କୁରେଇ ଓ ଭେଲୁଆଁ ପତ୍ରର ଏହାର ପସରା । ତେଣୁ ଆଦିବାସୀ ମହିଳାମାନେ ଜଙ୍ଗଲରୁ ଏହି ପତ୍ର ପ୍ରସ୍ତୁତ କରି ପରମ୍ପରାକୁ ଜୀବିତ ରଖିବା ସହ, କିଛି ରୋଜଗାର ମଧ୍ୟ କରିଥାନ୍ତି ନୂଆଁଖାଇ ଅବସରରେ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ଦୃଶ୍ୟ ।ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ, ହେମା ନୂଆଖାଇ ଭେଟ୍ । ସଂସାର ଡୋର୍ ଥି ବନ୍ଧା ହୋଇଥିମା ଗାଁ ଯାକର ହେଇ ମେଟ୍ ।

  • jmjnewso

    Related Posts

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି…

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    Spread the love

    Spread the loveଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଏବଂ ଜନସେବାର ୨୫ ବର୍ଷ ପୂରଣ କରୁଛନ୍ତି। ଏହି ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସେବା ସଂକଳ୍ପ ଅଭିଯାନ” ଆରମ୍ଭ ହେବ।…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 21 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 22 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 26 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 24 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 11 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 8 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ