ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

Spread the love

ଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଅନୁସାରେ ନବାନ୍ନ ଲାଗି ହୋଇଛି ।

ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା’ଙ୍କ ନିକଟରେ ଅର୍ପଣ କରାଯାଇଛି । ଏହାପରେ ୧୧୫ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି କରାଯାଇଛି ।ଏହି ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।ନୂଆ ଧାନର ପ୍ରଥମ ଅର୍ଘ୍ୟ ମା’ଙ୍କୁ ଅର୍ପଣ କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ଶ୍ରଦ୍ଧାଳୁ।

ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ପରିବାର ସହ ଏକାଠି ନୂଆ ଖାଇଛନ୍ତି ପଶ୍ଚିମ ଓଡ଼ିଶାବାସୀ । ନୂଆଖାଇ ପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ଘରକୁ ଫେରିଥିବାରୁ ସବୁଠି ଦେଖିବାକୁ ମିଳୁଛି ପରିବାରର ମିଳନ ଓ ଖୁସିର ପରିବେଶ। ନୂଆ ଲୁଗା ପିନ୍ଧି ପାରମ୍ପରିକ ରୀତିନୀତିରେ ନୂଆଖାଇ ପାଳନ କରୁଛନ୍ତି ଲୋକେ । ଘରେ ଘରେ ଭଳିକି ଭଳି ପିଠାପଣାର ଆସର ଜମିଥିବା ବେଳେ ସୁସ୍ୱାଦୁ ବ୍ୟଞ୍ଜନର ମହକରେ ମହକି ଉଠୁଛି ପରିବେଶ । ଅନ୍ୟପଟେ ଘଣ୍ଟ, ଘଣ୍ଟା ଓ ପଞ୍ଚବାଦ୍ୟରେ କମ୍ପୁଛି ଗାଁଠୁ ସହର । ବିଭିନ୍ନ ସ୍ଥାନରେ ନାଚଗୀତ ଓ ସାଂସ୍କୃତିକ ଆସର ଜମିଥିବା ବେଳେ ନୂଆଖାଇର ଉତ୍ସବୀୟ ମାହୋଲରେ ଝୁମୁଛି ସାରା ପଶ୍ଚିମ ଓଡ଼ିଶା ।

  • jmjnewso

    Related Posts

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ରାତି ପାହିଲେ ଉତ୍ସବ ମୁଖର ହୋଇଉଠିବ ପଶ୍ଚିମ ଓଡ଼ିଶା । ଘରେ ଘରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିବ ପୂଜାର୍ଚ୍ଚନା, ସପରିବାର ଏକାଠି ବସି ନବାନ୍ନ ଭକ୍ଷଣ କରିବେ ।…

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 15 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 25 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 35 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 33 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ