ଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି ।
ଖଲ୍ଲିକୋଟ: ଜେଏମଜେ ନ୍ୟୁଜ : ନାଟକ ପାଇଁ ରିହର୍ସଲ ଚାଲିଥିଲା । ଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି ।ଏଭଳି ବୀଭତ୍ସ ଘଟଣା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ । ମିଳିଥିବା ସୂଚନା ଅନୁସାରେ, ଖୋଜାପଲ୍ଲୀ ଗାଁରେ ଗଣେଶ ପୂଜା ଉପଲକ୍ଷେ ଗାଁରେ ନାଟକ ରିହର୍ସଲ ଚାଲିଥିଲା । ଆସନ୍ତା ୧୯ ତାରିଖରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ ।
ମଙ୍ଗଳବାର ନାଟକ ରିହର୍ସଲ ବେଳେ ଯାତ୍ରା କଳାକାରଙ୍କ ଉପରେ ଆକ୍ରମଣ ହୋଇଛି । ଗାଁର ଦୁଇ ଜଣ ଯୁବକ ହଠାତ୍ ଆସି ଜଣେ ଯାତ୍ରା କଳାକାରଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ତତ୍କ୍ଷଣାତ୍ ଅନ୍ୟମାନେ ଆକ୍ରମଣର ଶିକାର ଚିତ୍ରସେନ ଜେନାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ଥିବାରୁ ଚିତ୍ରସେନଙ୍କୁ ଖଲ୍ଲିକୋଟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । MKCGରେ ଚିକିତ୍ସାଧିନ ଅବସ୍ଥାରେ ଚିତ୍ରସେନ ଜେନାଙ୍କର ମୃତ୍ୟୁ ହୋଇଛି । ଚିତ୍ରସେନଙ୍କ ମୃତ୍ୟୁରେ ଖୋଜାପଲ୍ଲୀ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ତେବେ ଗାଁର ଦୁଇ ଜଣ ଯୁବକ ହଠାତ୍ କାହିଁକି ଚିତ୍ରସେନଙ୍କୁ ଛୁରମାଡ଼ କଲେ । ଆକ୍ରମଣ ପଛର କାରଣ କ’ଣ ? ଛୁରାମାଡ଼ ସହ ରହିଛି କି ନାଟକରେ ଅଭିନୟର କିଛି ସମ୍ପର୍କ ? ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ଛୁରାମାଡ଼ କରିଥିବା ଯୁବକ ଦୁଇଜଣ ଫେରାର୍ ରହିଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି ।





