ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

Spread the love

ଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇଟି ଦଳ । ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସୌରା ଏବଂ କୋରାପୁଟ ଜିଲ୍ଲା କୋଟପାଡ଼ର କଳା ବିକାଶ କେନ୍ଦ୍ର ।ମଙ୍ଗଳବାର ସନ୍ଧ୍ୟାରେ କଳା ବିକାଶ କେନ୍ଦ୍ରର ୧୬ ଜଣିଆ ଦଳ ରାଷ୍ଟ୍ରପତି ଭବନରେ ପରିବେଷଣ କରିବେ କୋରାପୁଟିଆ ଢେମ୍‌ସା । ସାଗର ବିଶୋଇଙ୍କ ନେତୃତ୍ୱରେ ଏହି ଦଳର କଳାକାରମାନେ ନୂଆଦିଲ୍ଲୀରେ ପହଞ୍ଚି ଚୂଡ଼ାନ୍ତ ଅଭ୍ୟାସ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୂଆଁଖାଇ ଉତ୍ସବରେ ଯୋଗଦେବାକୁ ଉଭୟ ଦଳକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ପତ୍ର ଲେଖାଯାଇଥିଲା । ତଦନୁଯାୟୀ, କୋଟପାଡ଼ କଳା ବିକାଶ କେନ୍ଦ୍ରର କଳାକାରମାନେ ଭୁବନେଶ୍ୱରରୁ ବିମାନ ଯୋଗେ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଢେମସା ଗ୍ରୁପ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସହଦେବ ବିଶୋଇ, ଶ୍ରୀତମ ସାମନ୍ତରାୟ, ଶଙ୍କର କୁମାର ନାୟକ, କପିଳେଶ ନାୟକ, ସୁରେଶ ହରିଜନ, ଧନସାଇ ହରିଜନ, ଭୁବନ ରନ୍ଧାରୀ, ଚନ୍ଦନ ସ୍ୱାଇଁ, ନିତା କୁମାରୀ ଭୂମିଆ, ଦେବୀ ତୁଲସା ବାଗଦେରିଆ, ରଶ୍ମିତା ବାଗ୍‌ଦେରିଆ, ବେଡେଶ୍ୱରୀ ଗଣ୍ଡା, ମାଳତି ବିନ୍ଧାଣୀ, ମମତା ସମରଥ ଓ ଅନିତା ହରିଜନ ।

ସୂଚନାଥାଉ କି, ଏହି ଦଳ ୨୦୧୪ ମସିହାରେ ଗଢ଼ା ଯାଇଥିଲା । ୨୦୨୦ରେ ଲକ୍ଷେ୍ନøରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୩ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଅନ୍ତର୍ଜାତୀୟ ଆଦିବାସୀ ଦିବସ, ଆସାମର ଗୌହାଟିରେ ଆୟୋଜିତ ‘ଓଡ଼ିଶା ପରବ’ ମହୋତ୍ସବ ସମେତ ବରଗଡ଼ର ଧନୁଯାତ୍ରାରେ ଏହି ଦଳ ଢେମସା ପରିବେଷଣ କରି ଉଚ୍ଚପ୍ରଶଂସିତ ହୋଇସାରିଛି ।

  • jmjnewso

    Related Posts

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍କଳ ସମ୍ମିଳନୀ ର ଆଲୋଚନା ସଭା ରେ ଗଞ୍ଜାମ ଜିଲ୍ଲାରେ ଥିବା ପ୍ରତ୍ୟେକ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଓଡ଼ିଆ ଭାଷା…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 14 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 25 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 35 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 33 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ