ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

Spread the love

ଜେଏମଜେ ବ୍ୟୁରୋ : କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ, ନିରବୀ ଯାଇଛି ପ୍ରଶାସନ..ବଜାରରେ ବିକ୍ରି ହେଉଥିବା କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ଜିଲା ପ୍ରଶାସନ କଦଳୀ ଗୋଦାମ ଉପରେ ଚଢାଉ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବଜାରରେ ଆଖିକୁ ସୁନ୍ଦର ଓ ପାଟିକୁ ସ୍ୱାଦ ପାଇଁ ବଜାରରେ ବିକ୍ରି ଖାଦ୍ୟରେ ଯେଉଁଭଳି ଅପମିଶ୍ରଣ କରାଯାଉଛି, ତାହା ଲୋକଙ୍କ ଶରୀରରେ ନାନାଦି ରୋଗର କାରଣ ସାଜିଛି ।ନିକଟରେ ଛେନା ଓ ପନିର ଅପମିଶ୍ରଣକୁ ନେଇ ଦେଶବ୍ୟାପୀ ତମ୍ବିତୋଫାନ ହୋଇଥିଲା । ବିଭିନ୍ନ ଜିଲାରେ ବି ଏହାକୁ ନେଇ ଘନ ଘନ ଚଢ଼ଉ ହେଲା ଏବଂ ଅପମିଶ୍ରିତ ଛେନା ଓ ପନିର ଜବତ କରାଯାଇ ନଷ୍ଟ କରାଗଲା । ବିଷାକ୍ତ ମୋମୋ ଜବତ ଘଟଣା ବି ଲୋକଙ୍କ ନିଦ ହଜାଇ ଦେଇଥିଲା । ଏନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ସବୁଠୁ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଉଥିବା ପାଚିଲା କଦଳୀକୁ ନେଇ ଏଭଳି ଭୟ ଦେଖାଦେଲାଣି। କାର୍ବାଇଡ୍ରେ କଟକଣା ଲାଗିବା ପରେ ବେପାରୀମାନେ ଲାଭ ଆଶାରେ ଅଳ୍ପ ସମୟରେ ଏହାକୁ ପଚାଇବାକୁ ଇଥୋପନ୍ ଭଳି ବିଷାକ୍ତ ରସାୟନର ମାତ୍ରାଧିକ ବ୍ୟବହାର କରୁଛନ୍ତି । ଛୋଟ ଛୋଟ ଡବାରେ ମିଳୁଥିବା ଏହି ରସାୟନ ପାଣିରେ ମିଶାଇ କଦଳିରେ ସିଞ୍ଚନ କରାଯାଉଛି । ଯାହା ୨୪ ଘଣ୍ଟାରୁ କମ୍ ସମୟ ଭିତରେ କଦଳି ଫେଣାକୁ ପଚାଇ ଦେଉଛି ।

ଖାଦ୍ୟ ନିରାପତ୍ତା ଦଳ ଯାଞ୍ଚ ବେଳେ ଏଭଳି ବିଷାକ୍ତ ରସାୟନ ବ୍ୟବହାର ଘଟଣା ପଦାକୁ ଆସିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଓ ମାରାତ୍ମକ । ପୂଜା ବଜାରରେ ଫଳର ଚାହିଦା ବେଶି । ଆଗକୁ ବିଶ୍ୱକର୍ମା ପୁଜା, ପାର୍ବଣ ଋତୁ ରେ ଦଶହରା ଥିବାରୁ ବେପାରୀମାନେ ଭଳିକି ଭଳି ଫଳ ଗଦା କରି ରଖିଛନ୍ତି । ଫଳ ଭିତରେ ପୂଜା ବଜାରରେ କଦଳୀର ଚାହିଦା ଅଧିକ । ଏହାର ସୁଯୋଗ ନେଇ ବେପାରୀମାନେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଟ୍ରକ୍ କଦଳି କାନ୍ଦିକୁ ପଚାଇବାକୁ ମାତ୍ରାଧିକ ଇଥୋପନ୍ ବ୍ୟବହାର କରୁଛନ୍ତି । ପ୍ରଶାସନ ଯାଞ୍ଚ ବେଳେ କଦଳୀ ପଚାଇବାକୁ ମାତ୍ରାଧିକ ଇଥୋପନ୍ ସିଞ୍ଚନ କରୁଥିବା ଜଣାପଡ଼ିଥିଲା ।

ବ୍ୟବହୃତ ଏହି ରାସାୟନିକ ପଦାର୍ଥ ଓ ସ୍ପ୍ରେୟର ବିଭିନ୍ନ ଜାଗାରେ ଜବତ କରାଯାଇଛି । ଏଫ୍ଏସ୍ଏସ୍ଏଆଇ ମାର୍ଗଦର୍ଶିକା ଅନୁସାରେ ଏଥିଲିନ୍ ବ୍ୟବହାର କରିବାକୁ କୁହାଯାଇଥିବା ବେଳେ ବ୍ୟବସାୟୀ ମାନେ ଅଧିକ ରୋଜଗାର ପାଇଁ କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ପ୍ରଶାସନ ଚଢାଉ କରି କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 21 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 29 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ