ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଆଇଏଏସ ସ୍ତରରେ ପୁଣି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ନୂଆ ଦାୟିତ୍ୱ ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି। ସେହିପରି ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି।
ମଧୁମିତା ନାୟକ ଶ୍ରମ ଓ ESI ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେବେ। ଏଥିସହିତ ଭୁବନେଶ୍ୱରସ୍ଥିତ ESI ନିର୍ଦ୍ଦେଶକ ଭାବେ ତାଙ୍କର ଅତିରିକ୍ତ ଦାୟିତ୍ୱ ଜାରି ରହିବ। ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ, ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ, ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁମିତା ସରକାର, ବାଳମକୁନ୍ଦ ଭୂୟାଁ, ମଧୁମିତା ନାୟକ କେନ୍ଦୁଝରସ୍ଥିତ ଅତିରିକ୍ତ କମିଶନର ପଦବୀ ଏବଂ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସେମାନଙ୍କ ବର୍ତ୍ତମାନ ପଦବୀରେ ହିଁ ଜାରି ରହିବାକୁ ଅନୁମତି ମିଳିଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆଦେଶ ଜାରି କରାଯାଇଛି।





