ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ସରିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ନାଁ କଟିଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୁଇଟି ପର୍ୟ୍ୟାୟ ଏସଆଇଆରରେ ରାଜ୍ୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ କଟିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଭୋଟରଙ୍କ ନାଁ କଟିଥିବାବେଳେ ଭୁବନେଶ୍ବରରୁ କଟିଛି ସର୍ବନିମ୍ନ ।ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀ ସାମ୍ୱାଦିକ ସମ୍ମିଳନୀ କରି ଭୋଟର ତାଲିକା ପ୍ରକାଶ କରିଛନ୍ତି। କେଉଁ ବିଧାନସଭାରେ ଭୋଟର ସଂଖ୍ୟା କେତେ ଅଛନ୍ତି। ତାଲିକାରେ କେତେ ଯୋଡ଼ି ହେଲେ, କେତେ କଟିଲେ ତାହାର ତଥ୍ୟ ରଖିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ ସବୁଠୁ ଅଧିକ ଭୋଟରଙ୍କ ନାଁ ଗଞ୍ଜାମ ଜିଲ୍ଲାରେ କଟିଛି।

କେଉଁ ଜିଲ୍ଲାରୁ କେତେ ଭୋଟର କଟିଲେ ..
ଜିଲ୍ଲା ଭୋଟର
ଗଞ୍ଜାମ – ୨ଲକ୍ଷ ୧୦ହଜାର ୯୧୦
କଟକ – ୧ଲକ୍ଷ ୫୮ହଜାର ୧୬୯
ଯାଜପୁର – ୧ଲକ୍ଷ ୦୬ ହଜାର ୫୧୧
ମୟୂରଭଞ୍ଜ – ୧ ଲକ୍ଷ ୧୨ହଜାର ୬୦୪
ବଲାଙ୍ଗୀର- ୧ଲକ୍ଷ ୭୬୨
ସୁନ୍ଦରଗଡ଼- ୮୬ ହଜାର ୬୮
ପୁରୀ – ୮୫ ହଜାର ୭୪୭
ଏଥିସହ ଓଡ଼ିଶାରେ ରହୁଥିବା ପ୍ରାୟ ୩ଶହ ତିବ୍ଦତୀୟଙ୍କ ନାଁ ଏସଆଇଆରରୁ ବାଦ ପଡିଛି। ମୃତ୍ୟୁ, ସ୍ଥାନାନ୍ତର କିମ୍ୱା ଅନୁପସ୍ଥିତି ସହ ଏକାଧିକ ସ୍ଥାନରେ ନାମ ଥିବା ଯୋଗୁ ଏମାନଙ୍କ ଭୋଟର ତାଲିକାରୁ ଏମାନଙ୍କ ନାଁ ବାଦ୍ ପଡିଛି। କିଛି ନୂଆ ଭୋଟରଙ୍କ ନାଁ ଯୋଡ଼ାଯାଇଛି । ତେବେ ଯୋଗ୍ୟ ଭୋଟରଙ୍କ ନାଁ କଟିଥିଲେ ତାଲିକାଭୁକ୍ତ ହେବା ପାଇଁ ୧୫ ଦିନ ଭିତରେ ଜିଲ୍ଲାପାଳ ଓ ସିଇଓଙ୍କ ପାଖରେ ଆବେଦନ କରିପାରିବେ । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଏସଆଇଆର ପରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଭୋଟର ତାଲିକା ଘୋଷଣା କରିଛନ୍ତି । ଦୁଇ ପର୍ୟ୍ୟାୟ ଏସଆଇଆରରେ ରାଜ୍ୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ କଟିଛି ।
ବାଦ୍‌ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ୮,୩୨,୫୪୪ ଜଣ ମୃତ
୮,୦୮,୨୦୫ ଭୋଟର ସ୍ଥାନାନ୍ତରିତ
୧,୯୯ ହଜାର ୨୪୯ ଅନୁପସ୍ଥିତ
ସେହିପରି ୧,୫୮,୧୧୮ ନକଲି ଭୋଟର
ଅନ୍ୟାନ୍ୟ ୧୪ ହଜାର ୪୪୧ ଜଣ ଭୋଟର କଟିଛନ୍ତି
ଏସଆଇଆର ପୂର୍ବରୁ ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ ଭୋଟର ଥିଲେ । ଏବେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ । ବାଦ୍‌ ପଡ଼ିଥିବା ଭୋଟର ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଅଧୀନରେ ଫର୍ମ-୬ ମାଧ୍ୟମରେ ନାମ ଅନ୍ତର୍ଭୁକ୍ତ ପାଇଁ ଆବେଦନ କରିପାରିବେ।

  • jmjnewso

    Related Posts

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଧାରିବା ପାଇଁ ଟାଟା ପାୱାର କରିବ ୯୧୯୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏନେଇ ଆଜି ଓଇଆରସିରେ ହୋଇଛି ଶୁଣାଣି। କିନ୍ତୁ ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ…

    ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର

    Spread the love

    Spread the loveଆସିକା: ଜେଏମଜେ ନ୍ୟୁଜ :(ହରିହର ପାଢ଼ୀ ): ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ ଲିମିଟେଡ୍‌ (NFCSF), ନୂଆଦିଲ୍ଲୀ ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ୍‌କୁ ୨୦୨୫-୨୬ ବର୍ଷ ପାଇଁ “ଜାତୀୟ ଦକ୍ଷତା ପୁରସ୍କାର” (National Efficiency Award) ପ୍ରଦାନ…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    • By jmjnewso
    • September 22, 2026
    • 21 views
    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 15 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 19 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    • By jmjnewso
    • September 22, 2026
    • 28 views
    ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର

    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    • By jmjnewso
    • September 22, 2026
    • 23 views
    ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    • By jmjnewso
    • September 22, 2026
    • 15 views
    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ